ଓଡିଶା

odisha

By

Published : Mar 23, 2021, 12:45 PM IST

ETV Bharat / sitara

ଜନ୍ମଦିନରେ ନିଜ ପାଇଁ ଏମିତି ଲେଖିଲେ କୁଇନ

ଭାଇରାଲ ହେଲା କଙ୍ଗନାଙ୍କ ଟ୍ବିଟ । ମଙ୍ଗଳବାର ଟ୍ବିଟ ପରେ ଟ୍ବିଟ କରି ନିଜର ପ୍ରଶଂସା କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ

ମୁମ୍ବାଇ: ଆଜି କଙ୍ଗନା ରଣାୱତଙ୍କ 34ତମ ଜନ୍ମଦିନ । ଏହି ଅବସରରେ ଫ୍ୟାନ୍ସଙ୍କ ଠୁ ନେଇ ତାଙ୍କ ବନ୍ଧୁ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ହେଲେ କଙ୍ଗନା ନିଜ ପାଇଁ ଏକ ସ୍ପେଶାଲ ନୋଟ୍ ଲେଖିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ।

ସେ ଟ୍ବିଟରରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ସେମାନେ କହିଥିଲେ ଯେ ଜଣେ ମହିଳାଙ୍କର ନିଜସ୍ବ ଜୀବନ ଅଛି, ଏହି ଦୁନିଆ କେବଳ 16 ବର୍ଷିୟା ଝିଅମାନଙ୍କୁ ମୂଲ୍ୟ ଦେଇଥାଏ, ଯାହାଙ୍କ ପାଖରେ କୌଣସି ମସ୍ତିଷ୍କ ନାହିଁ, ପରିପକ୍ବ ନଥାଏ । ହେଲେ ଜ୍ଞାନୀ ମହିଳା ଜଣେ ପୁରୁଷର ଘରକାମ କରିପାରୁଥିବ ଯିଏକି ତାକୁ ଗୋଟିଏ ସାଙ୍ଗିଆ ନାଁ ଦେଇପାରିବ । ସେମାନେ ଅନେକ କଥା କହିଥିଲେ ଯାହା ମୋତେ ବ୍ୟଥିତ କରିଥିଲା ​। ମୋ ସହିତ କଣ ହେବ, ମୁଁ କୁଆଡେ ଯିବି ବୋଲି ଭାବୁଥିଲି । ଆଜି ମୁଁ 34 ବର୍ଷରେ ପାଦ ରଖିଛି। ସେମାନେ ମୋତେ କେବେ କହି ନଥିଲେ ମୁଁ 34 ବର୍ଷ ବୟସରେ ମୋର କ୍ୟାରିୟରର ଶୀର୍ଷରେ ରହିବି, ମୋର କଳା ପାଇଁ ମୁଁ ଉତ୍ସବ ମୁଖର ହେବି ଏବଂ ମୋର ଅଭିଜ୍ଞତା ମୂଲ୍ୟବାନ ହେବ । ମୋର ବୟସ କିମ୍ବା ବୈବାହିକ ସ୍ଥିତି କାହା ପାଇଁ କିଛି କହିବ ନାହିଁ, ମୋତେ ଲାଗୁଛି କୌଶଳ ବିଷୟରେ ଅତୁଳନୀୟ ଅଭିଜ୍ଞତା ସହିତ ମୁଁ ଜଣେ ମହାନ ମଣିଷ ।’

ଏହିପରି କଙ୍ଗନା ଗୋଟିଏ ପରେ ଗୋଟିଏ ଟ୍ବିଟ କରି ନିଜ ବିଷୟରେ ଅନେକ କଥା କହିଛନ୍ତି । ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ‘ଥଲାଇଭି’, ‘ଧାକଡ’ ଓ ‘ତେଜସ’ରେ ନଜର ଆସିବେ । ଆଜି ତାଙ୍କ ଜନ୍ମଦିନ ଅବସରରେ ରିଲିଜ ହେବାକୁ ଯାଉଛି ଥଲାଇଭିର ଟ୍ରେଲର । ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଲାଙ୍କ ବାୟୋପିକ ଫିଲ୍ମ ହେଉଛି ‘ଥଲାଇଭି’ ।

ABOUT THE AUTHOR

...view details