ଓଡିଶା

odisha

By

Published : Nov 6, 2020, 4:29 PM IST

ETV Bharat / sitara

ଏନସିବି ଅଫିସରେ ଜାଭେଦ୍ ଜାଫ୍ରି, କହିଲେ ବ୍ୟକ୍ତିଗତ କାମ ଥିଲା

ନିକଟରେ, ଶୁକ୍ରବାର ଜାଭେଦ୍ ଜାଫ୍ରି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ସେ କାହିଁକି ସେଠାକୁ ଯାଇଥିଲେ ତାହା ଜଣା ପଡିନାହିଁ । ଅଧିକ ପଢନ୍ତୁ...

Actor Javed Jaffrey appeared at the NCB office today
ଏନସିବି ଅଫିସରେ ପହଞ୍ଚିଲେ ଜାଭେଦ୍ ଜାଫ୍ରି, କହିଲେ - ବ୍ୟକ୍ତିଗତ କାମ ଥିଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏଯାବତ ଯାଞ୍ଚ କରୁଛି । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପ୍ରାୟ 30 ଜଣଙ୍କୁ ଗିରଫ କରାଯାଇଛି ।

ନିକଟରେ, ଗୁରୁବାର ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କୁ ଏନସିବି ପଚରାଉଚରା ପାଇଁ ଡାକିଥିଲା । ଏହି ସମୟରେ ଅଭିନେତା ଜାଭେଦ୍ ଜାଫ୍ରି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ସେ କାହିଁକି ସେଠାକୁ ଯାଇଥିଲେ ତାହା ଜଣା ପଡିନାହିଁ ।

ଶୁକ୍ରବାର ଜାଭେଦ୍ ଏନସିବି କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ପ୍ରାୟ 15 ମିନିଟ୍ ରହିବା ପରେ ସେଠାରୁ ଚାଲି ଯାଇଥିଲେ । ଏନସିବି କାର୍ଯ୍ୟାଳୟ ଛାଡିବାବେଳେ ଜାଭେଦ୍ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କର କିଛି ବ୍ୟକ୍ତିଗତ କାମ ଥିଲା ତେଣୁ ସେ ଆସିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସେ କାହା ବିଷୟରେ ଅଭିଯୋଗ କରିବାକୁ ଆସିନାହାଁନ୍ତି ।

ଜାଫେଦଙ୍କୁ ଶେଷ ଥର ପାଇଁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବାଲାରେ ଦେଖିବାକୁ ମିଳିଥିଲା ।

ଆଗାମୀ ସମୟରେ ଜାଫେଦ 'କୁଲି ନଂ ', ୧ ',' ସୂର୍ଯ୍ୟବଂଶୀ 'ଏବଂ' ଭୁତ ପୋଲିସ' ଫିଲ୍ମରେ ନଜର ଆସିବେ ।

ABOUT THE AUTHOR

...view details