ଓଡିଶା

odisha

By

Published : Jul 28, 2020, 7:05 PM IST

ETV Bharat / sitara

ଆଇସିୟୁରେ ଭର୍ତ୍ତି ଅନୁପମ, ସୋନୁ-ଆମୀରଙ୍କ ଲୋଡିଲେ ସାହାଯ୍ୟ

ଗତ 9 ମାସରୁ ଡାୟଲିସିସରେ ଥିଲେ ଅଭିନେତା ଅନୁପମ ଶ୍ୟାମ । ଏବେ ହସ୍ପିଟାଲରେ ତାଙ୍କର ଚାଲିଛି ଚିକିତ୍ସା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଟିଭି ଓ ଫିଲ୍ମର ଫେମସ ଆକ୍ଟର ଅନୁପମ ଶ୍ୟାମଙ୍କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଗୋରେଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି । କିଡନି ସଂକ୍ରମଣ ସମସ୍ୟା ଅଧିକ ବଢିବାରୁ ସେ ଅସୁସ୍ଥ ହୋଇଥିଲେ ।

ସୋମବାର ରାତିରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଆଉ ଚେତା ଶୂନ୍ୟ ହୋଇଯାଇଥିଲେ । ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ସେ ପାଖାପାଖି ଗତ 9 ମାସରୁ ଡାୟଲିସିସରେ ଥିଲେ । ଖାଲି ଏତିକି ନୁହେଁ ସେ ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି ।

ଅନୁପମଙ୍କ ଜଣେ ସମ୍ପର୍କୀୟ ଟ୍ବିଟ କରି ତାଙ୍କ ଅସୁସ୍ଥ ଖବର ଟ୍ବିଟରରେ ଦେଇଛନ୍ତି । ଏହାସହ ତାଙ୍କ ହ୍ବାଟ୍ସଅପ ଗ୍ରୁପ ଅଭିନେତା ସୋନୁ ସୁଦ ଓ ଆମୀର ଖାନଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ମାଗିଛନ୍ତି । ସେପଟେ ପ୍ରଶଂସକ ତାଙ୍କ ସୁସ୍ଥ କାମନା ସୋସିଆଲ ମିଡିଆରେ କରୁଥିବାର ଦେଖାଯାଉଛନ୍ତି ।

ପ୍ରକାଶ ଥାଉକି ଅନୁପମ ଟିଭି ଧାରାବାହିକ ‘ମନ କି ଆୱାଜ ପ୍ରତିଜ୍ଞା’ରେ ଶାନଦାର ଅଭିନୟ କରିଥିଲେ । ଏହି ଧାରାବାହିକରେ ସେ ଠାକୁର ସଜ୍ଜନ ସିଂ ଭୂମିକାରେ ନଜର ଆସିଥିଲେ । ସେହିପରି ସେ ଫିଲ୍ମ ‘ସରଦାରୀ ବେଗମ’, ‘ବ୍ୟାଣ୍ଡିଟ କୁଇନ’, ‘ହଜାର ଚୌରାସୀ କି ମା’, ‘ସତ୍ୟା’, ‘ଦିଲ ସେ’, ‘ଜଖ୍ମ’, ‘ପ୍ୟାର ତୋ ହୋନା ହି ଥା’ ଭଳି ଫିଲ୍ମରେ ଅଭିନୟ କରିଥିଲେ ।

ABOUT THE AUTHOR

...view details