ଓଡିଶା

odisha

By

Published : Apr 28, 2021, 11:17 AM IST

ETV Bharat / sitara

ଦାୟିତ୍ବ ଉପରେ ୟୁଜରଙ୍କ ପ୍ରଶ୍ନ, ଏମିତି ଜବାବ ଦେଲେ ଅଭିଷେକ

ଭାଇରାଲ ହେଲା ଅଭିଷେକଙ୍କ ଟ୍ବିଟ । ଏଥର ଜଣେ ୟୁଜରଙ୍କୁ ଦେଇଛନ୍ତି କଡା ଜବାବ । ସୋସିଆଲ ମିଡିଆରେ ସ୍ନେହଭରା ମେସେଜ କରିବାରୁ ତାଙ୍କୁ କରାଯାଉଥିଲା ଟ୍ରୋଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି । ହେଲେ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଆଦୌ ଆକ୍ଟିଭ ନୁହେଁ । ସେ ପ୍ରାୟତଃ କମ୍ ପୋଷ୍ଟ କରନ୍ତି । ହେଲେ ତାଙ୍କୁ ଟ୍ରୋଲ କରୁଥିବା ଟ୍ରୋଲର୍ସଙ୍କୁ ସେ କଡା ଜବାବ ଦେବାକୁ କେବେ ଭୁଲନ୍ତି ନାହିଁ । ଏଥର ସମାନ ଘଟଣା କିଛି ଘଟିଛି । ଯାହାକୁ ନେଇ ଚର୍ଚ୍ଚାରେ ଅଭିନେତା ।

କଥାଟି ହେଲା ଯେ ଜଣେ ଟ୍ବିଟର ୟୁଜର ତାଙ୍କୁ ଟାର୍ଗେଟ କରି କିଛି ପ୍ରଶ୍ନ ପଚାରିଥିଲେ । ଯୁଜର ଅଭିଷେକଙ୍କୁ ତାଙ୍କ ଦାୟିତ୍ବ କଥା ମନେ ପକାଇବାକୁ ଚେଷ୍ଟା କରିଥିଲେ । ଯାହା ଉପରେ ଅଭିନେତା ତାଙ୍କୁ ଏମିତି ଜବାବ ଦେଇଛନ୍ତି, ଯାହାର ପ୍ରଶଂସା କରୁଛନ୍ତି ଫ୍ୟାନ୍ସ ।

ବର୍ତ୍ତମାନ ଦେଶରେ ବଢୁଥିବା କୋରୋନା ସଙ୍କଟ ଦେଖି ନିକଟରେ ଅଭିଷେକ ଏକ ସ୍ନେହଭରା ମେସେଜ କରିଥିଲେ । ଯାହାକୁ ଆଧାର କରି ତାଙ୍କୁ ଟ୍ରୋଲ କରିଥିଲେ ସେହି ୟୁଜର । ସେହିପରି ତାଙ୍କୁ ଜବାବ ଦେବାକୁ ଯାଇ ଅଭିଷେକ ଲେଖିଛନ୍ତି, ‘ଆଜ୍ଞା ମ୍ୟାଡମ୍, ଏବେ ମୁଁ ସୋସିଆଲ ମିଡିଆରେ କିଛି କହୁନାହିଁ ବୋଲି ଏହାର ଅର୍ଥ ଆଦୌ ଏହା ନୁହେଁ କି ମୁଁ କିଛି କରୁନାହିଁ । ଆମେ ସମସ୍ତେ ଏଠାରେ ନିଜ ନିଜ ବେଷ୍ଟ କରିବାକୁ ଚେଷ୍ଟା କରୁଛୁ । ବର୍ତ୍ତମାନ ପରିସ୍ଥିତି ଠିକ୍ ନାହିଁ ଆଉ ଏମିତିରେ ସ୍ନେହ ଓ ସକରାତ୍ମକତା ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରିବ ।’

ABOUT THE AUTHOR

...view details