ଓଡିଶା

odisha

By

Published : Jan 12, 2020, 11:35 PM IST

ETV Bharat / jagte-raho

ଟିଣ୍ଡର ଆପରେ ପ୍ରେମ କରି ଫସିଲେ କପଲ, ଉଭୟ ଗିରଫ ସହ ଜେଲ ଗଲେ 5

ଟିଣ୍ଡର ଆପରେ ଡେଟିଂ କରି ଫସିଗଲେ ଯୁବତୀ-ଯୁବକ। ଗିରଫ ହେଲେ ଡେଟିଂ କରିଥିବା ବ୍ୟାଙ୍କ ମ୍ୟାନେଜର । ସେପଟେ ମ୍ୟାନେଜରଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ମହିଳା ସମେତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

Dating app issue
ଟିଣ୍ଡର ଆପରେ ପ୍ରେମ କରି ଫସିଲେ କପଲ, ଉଭୟ ଗିରଫ ସହ ଜେଲ ଗଲେ 5ଜଣ

ଭୁବନେଶ୍ବର: ଟିଣ୍ଡର ଆପରେ ଡେଟିଂ କରି ଫସିଗଲେ ଯୁବତୀ-ଯୁବକ। ଗିରଫ ହେଲେ ଡେଟିଂ କରିଥିବା ବ୍ୟାଙ୍କ ମ୍ୟାନେଜର । ଜଣେ ଅଧ୍ୟାପିକାଙ୍କୁ ଟିଣ୍ଡର ଜରିଆରେ ଡେଟ କରି ଅନୈତିକ ସମ୍ପର୍କ ସହ ଏକ ଅଶ୍ଳିଳ ଭିଡିଓ ପ୍ରସ୍ତୁତ କରିଥିଲେ। ଯାହାକୁ ନେଇ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର।

ଟିଣ୍ଡର ଆପରେ ପ୍ରେମ କରି ଫସିଲେ କପଲ, ଉଭୟ ଗିରଫ ସହ ଜେଲ ଗଲେ 5ଜଣ

ସେହିପରି କେବଳ ଯୁବକ ନୁହେଁ। ଯୁବତୀକୁ ଅର୍ଥାତ ଅଧ୍ୟାପିକାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଯୁବକ ପ୍ରସ୍ତୁତ କରିଥିବା ଭିଡିଓକୁ ନେଇ ବ୍ଲାକମେଲ ସହ ବ୍ୟାଙ୍କ ମ୍ୟାନେଜରକୁ ଅପହରଣ କରି କ୍ୟାସ ଡିମାଣ୍ଡ କରିଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ ଆଧାରରେ ଯୁବତୀ ଓ ତାଙ୍କର 3 ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ଯାହାକୁ ନେଇ ରାଜଧାନୀରେ ଖେଳିଛି ଚାଞ୍ଚଲ୍ୟ।

ସୂଚନା ମୁତାବକ, ଗଞ୍ଜାମର ସୁନିଲ କୁମାର ମିଶ୍ର ନାମକ ଜଣେ ବ୍ୟାଙ୍କ ମାନେଜର, ଗତ 3 ତାରିଖରେ ଜଣେ ଘରୋଇ କଲେଜର ଅଧ୍ୟାପିକାଙ୍କ ସହ ଟିଣ୍ଡର ଆପରେ ଡେଟ କରି ପରେ ଦେଖା ହୋଇଥିଲେ। ପରେ ନିଜର ରୁମକୁ ନେଇ ଯୁବତୀ ସହ ରାତି କଟାଇବା ଏକ ଅଶ୍ଳିଳ ଭିଡିଓ ପ୍ରସ୍ତୁତ ମଧ୍ୟ କରିଥିଲେ।

ତେବେ ସେହି ଭିଡିଓକୁ ନେଇ ଯୁବତୀ ଓ ତାଙ୍କ ସହଯୋଗୀ ବ୍ୟାଙ୍କ ମ୍ୟାନେଜରକୁ ବ୍ଲାକମେଲ ସହ ଯୁବକଙ୍କୁ ଅପହରଣ କରି କ୍ୟାସ ଡିମାଣ୍ଡ କରିଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର ଥାନାରେ ଅଭିଯୋଗ କରିଥିଲେ। ପରେ ଯୁବତୀ ଜଣକ ପାଲଟା ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସେପଟେ ଉଭୟଙ୍କ ସହ ମୋଟ 5ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ଗତ 10 ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିଲା ଅଭିଯୋଗ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details