ମୁମ୍ବାଇ: ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ପରେ ଏବେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ବିମାନର ଶୌଚାଳୟ ଜଣେ ୩୭ ବର୍ଷ ବୟସ୍କ ଧୂମ୍ରପାନ କରିବା ସହ ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମୁମ୍ବାଇ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏନେଇ ଅଭିଯୁକ୍ତ ରମାକାନ୍ତଙ୍କ ବିରୋଧରେ ମୁମ୍ବାଇର ସହର ପୋଲିସ ମାମଲା ରୁଜୁ କରିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଆଇପିସି ଧାରା ୩୩୬ ଏବଂ ଏୟାରକ୍ରାଫ୍ଟ ଆକ୍ଟ ୧୯୩୭, ୨୨, ୨୩, ୨୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ବିମାନରେ ଅଭିଯୁକ୍ତର ହାତ, ଗୋଡ ବାନ୍ଧିଲେ କ୍ରୁ ସଦସ୍ୟ: ଏହି ଘଟଣାକୁ ନେଇ କ୍ରୁ ସଦସ୍ୟ ମୁମ୍ବାଇ ସହାର ପୋଲିସ ନିକଟରେ ଅଭିଯୋଗ କରି କହିଛନ୍ତି,"ବିମାନ ଉଡାଣ ସମୟରେ ଧ୍ରୁମପାନ ପାଇଁ ଅନୁମତି ନଥାଏ । କିନ୍ତୁ ୩୭ ବର୍ଷ ବୟସ୍କ ରମାକାନ୍ତ ନାମକ ଜଣେ ଯାତ୍ରୀ ବିମାନ ଉଡାଣ ସମୟରେ ଶୌଚାଳୟ ଯାଇ ଧୂମ୍ରପାନ କରିଥିଲେ । ଫଳରେ ଆଲାରାମ ବାଜିବା ପରେ ଆମେ ଶୌଚାଳୟ ଯାଇ ଦେଖିଲା ବେଳକୁ ତାଙ୍କ ହାତରେ ସିଗାରେଟ ରହିଥିଲା । ସଙ୍ଗେସଙ୍ଗେ ତାଙ୍କ ହାତରୁ ସିଗାରେଟ ଛଡାଇ ତଳେ ପକାଇ ଦେଇଥିଲୁ । ଏହାପରେ ରମାକାନ୍ତ ଚିତ୍କାର କରିଥିଲେ । ଆମେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସେ ନବୁଝି ଯାତ୍ରୀଙ୍କ ଉପରେ ମଧ୍ୟ ଚିତ୍କାର କରିଥିଲେ ।