ହାଇଦ୍ରାବାଦ: ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେଲା ଟ୍ରକ । 10 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 25 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁଆଟେମାଲା ସୀମା ନିକଟ ମେକ୍ସିକୋର ଚିଆପାସ୍ ରାଜ୍ୟରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଟ୍ରକଟି ଦକ୍ଷିଣ ଚିଆପାସର ପିଜିଜିଆପାନ-ଟୋନାଲା ରାଜପଥରେ 27 ଜଣ କ୍ୟୁବା ନାଗରିକଙ୍କୁ ନେଇ ଯାଉଥବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଡ୍ରାଇଭର ଦ୍ରୁତ ଗତିରେ ଟ୍ରକ ଚଲାଉଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା, ବସରେ ନିଆଁ ଲାଗି 16 ଜୀବନ୍ତ ଦଗ୍ଧ
15 ଜଣ ଆହତଙ୍କ ମଧ୍ୟରେ 10 ଜଣ ମହିଳା ଓ ଶିଶୁ ରହିଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ନିଜ ଦେଶକୁ ଫେରାଇବା ପାଇଁ ପ୍ରାଶାସନିକ ସ୍ଥରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ମୃତକଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି । ଘଟଣାରେ ଗୁରୁତର ଥିବା ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାପୂର୍ବରୁ ଗୁରୁବାର ଦିନ ଚିଆପାସ୍ ରାଜ୍ୟର ମେଜକାଲାପା ମ୍ୟୁନିସିପାଲିଟିରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଦୁଇ ପ୍ରବାସୀଙ୍କର ମୃତ୍ୟୁ ହୋଇଥିଲା ।