ଓଡିଶା

odisha

Italy Shipwreck: ଦକ୍ଷିଣ ଇଟାଲିରେ ବୁଡିଲା ଜାହାଜ, 40 ପ୍ରବାସୀ ମୃତ

By

Published : Feb 26, 2023, 7:03 PM IST

ଦକ୍ଷିଣ ଇଟାଲିରେ ଜାହାଜ ବୁଡ଼ି 40 ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଉଦ୍ଧାର ହୋଇଛନ୍ତି । ଅଧିକ ପଢ଼ନ୍ତୁ

Italy Shipwreck
Italy Shipwreck

ରୋମ: ଦକ୍ଷିଣ ଇଟାଲିର କ୍ରୋଟୋନରେ ବଡ଼ ଅଘଟଣ । ସମୁଦ୍ରରେ ଜାହାଜ ବୁଡ଼ି ଅତି କମରେ 40 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି । କୂଳରେ ଲାଗୁଥିବା ସମୟରେ ଭାରସାମ୍ୟ ହରାଇ ଜାହାଜଟି ବୁଡ଼ି ଯାଇଛି । ଏହି ଘଟଣାରେ ଅନେକ ଜଣଙ୍କୁ ଉଦ୍ଧାର କରାଯାଇଛି ।

କାଲବେରିଆ ଉପକୂଳବର୍ତ୍ତୀ ସହର କ୍ରୋଟୋନର ସମୁଦ୍ର କୂଳରେ ଲାଗୁଥିବା ସମୟରେ ହଠାତ୍‌ ଜାହାଜଟି ଭାଙ୍ଗି ଯାଇଥିଲା । ଏଥିରେ 100ରୁ ଅଧିକ ଲୋକ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏହି ଜାହାଜଟି କେଉଁଠାରୁ ଆସିଛି, ଏଯାଏ ତାହା ଜଣାପଡ଼ିନାହିଁ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାହାଜରେ ଥିବା ଲୋକେମାନେ ଇରାନ, ଇରାକ, ସିରିଆ, ଆଫଗାନିସ୍ତାନ, ପାକିସ୍ତାନ ଏବଂ ସୋମାଲିଆରୁ ଆସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ, ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ

ଖରାପ ପାଗ ଯୋଗୁଁ ଏକ ପଥରରେ ମାଡ଼ ହୋଇ ଜାହାଜଟି ଭାଙ୍ଗି ଯାଇ ସମୁଦ୍ରରେ ବୁଡି ଯାଇଥିଲା । ଫଳରେ ସେଥିରେ ଥିବା ଲୋକମାନେ ମଧ୍ୟ ବୁଡ଼ି ଯାଇଥିଲେ । ଏଥିରେ ଜଣେ ଶିଶୁ ସମେତ 40 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଉଦ୍ଧାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ନିଖୋଜ ଥିବା ଜଣାପଡ଼ିଛି । କୋଷ୍ଟଗାର୍ଡ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ, ବର୍ତ୍ତମାନ 80 ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଦାରିଦ୍ର୍ୟ ସଂକଟ କାରଣରୁ ପ୍ରତିବର୍ଷ ଆଫ୍ରିକାରୁ ବହୁ ସଂଖ୍ୟକ ପ୍ରବାସୀ ଇଟାଲିକୁ ଆସିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଆମେରିକାର ରାସ୍ତା-ଘାଟରେ 'ଜମ୍ବି' ଭଳି ବୁଲୁଛନ୍ତି ଯୁବପିଢି, ଯିଏ ଦେଖିବ ସିଏ ଡରିବ

ସୂଚନା ଥାଉକି, ଗତ ବର୍ଷ ବାଂଲାଦେଶରେ ଏକ ଯାତ୍ରୀବାହୀ ଡଙ୍ଗାବୁଡ଼ି ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଯାତ୍ରୀବାହୀ ଡଙ୍ଗାରେ ପ୍ରାୟ ୭୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ କୌଣସି କାରଣରୁ ଡଙ୍ଗାଟି ନଦୀ ଗର୍ଭରେ ବୁଡ଼ି ଯାଇଥିଲା। ଫଳରେ ଅଧିକାଂଶ ଯାତ୍ରୀ ନିଖୋଜ ରହିଥିଲେ । ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା ମୃତକଙ୍କ ମଧ୍ୟରେ ଛୋଟପିଲା ଓ ମହିଳା ସାମିଲ ରହିଥିଲେ । ବାଂଲାଦେଶର ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ଏହି ଅଘଟଣ ଘଟିଥିଲା ।

ABOUT THE AUTHOR

...view details