ଓଡିଶା

odisha

By ETV Bharat Odisha Team

Published : Oct 9, 2023, 4:06 PM IST

ETV Bharat / international

Hamas Supernova manslaughter: ମ୍ୟୁଜିକ ଫେଷ୍ଟରେ ଆକ୍ରମଣ, ଆଖି ବୁଜିଲେ 260 ଇସ୍ରାଏଲୀ

ଶୁକ୍ରବାର ଇସ୍ରାଏଲରେ ଚାଲିଥିବା ସୁପରନୋଭା ମ୍ୟୁଜିକ ଫେଷ୍ଟିଭାଲରେ ଅତର୍କିତ ଆକ୍ରମଣ କରିଥିଲେ ହମାସ ଆତଙ୍କୀ । ଏବେ ସୁଦ୍ଧା 260 ମୃତଦେହ ଉଦ୍ଧାର, ଅନେକ ନିଖୋଜ । ଅଧିକ ପଢନ୍ତୁ

Hamas Supernova manslaughter : ମ୍ୟୁଜିକ କାର୍ଯ୍ୟକ୍ରମରେ ହୋଇଥିଲା ରକେଟ ମାଡ, ଟଳି ପଡିଥିଲେ 260 ଇସ୍ରାଏଲୀ
Hamas Supernova manslaughter : ମ୍ୟୁଜିକ କାର୍ଯ୍ୟକ୍ରମରେ ହୋଇଥିଲା ରକେଟ ମାଡ, ଟଳି ପଡିଥିଲେ 260 ଇସ୍ରାଏଲୀ

ହାଇଦ୍ରାବାଦ:ଇସ୍ରାଏଲ ଉପରେ ଗାଜା ପଟିରୁ ପାଲେଷ୍ଟାଇନ ଆତଙ୍କୀ ଗୋଷ୍ଠୀ ‘ହମାସ’ର ଭୟାବହ ଆକ୍ରମଣର ଗୋଟିଏ ପରେ ଗୋଟିଏ ନିର୍ମମ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଶୁକ୍ରବାର ରାତିରେ ଗାଜା ସୀମା ନିକଟବର୍ତ୍ତୀ ସ୍ଥାନରେ ଚାଲିଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତର୍କୀତ ଆକ୍ରମଣ କରି ନରସଂହାର କରିଥିଲା ହମାସ ଆତଙ୍କବାଦୀ ଗୋଷ୍ଠୀ । ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ସୁପରନୋଭା ମ୍ୟୁଜିକ ଫେଷ୍ଟିଭାଲ ନାମରେ ଏହି କାର୍ଯ୍ୟକ୍ରମ ଗାଜା ସୀମା ନିକଟବର୍ତ୍ତୀ ଇସ୍ରାଏଲ ଅଞ୍ଚଳରେ ଚାଲିଥିଲା । ଏଥିରେ ହଜାର ହଜାର ଇସ୍ରାଏଲୀ ନାଗରିକ ଅଂଶଗ୍ରହଣ କରିଥିଲେ । ମାତ୍ର ହଠାତ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସେଠାରେ ଆକ୍ରମଣ କରିଥିଲେ । ଏଥିରେ ଶତାଧିକ କାର ଜଳିଯାଇଥିବା ବେଳେ ବହୁ ଲୋକ ନିହତ ହୋଇଥିଲେ । ଏବେ ସୁଦ୍ଧା ଅତିକମରେ 260 ମୃତଦେହ ଉଦ୍ଧାର ହୋଇଛି ।

ଇହୁଦୀ ଧର୍ମାବଲମ୍ବୀଙ୍କର ଛୁଟିଦିନ ଅବସରରେ ଶୁକ୍ରବାର ରାତିରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ତେବେ ହଜାର ହଜାର ଲୋକେ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଆକ୍ରମଣ ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଇସ୍ରାଏଲୀ ଉଦ୍ଧାରକାରୀ ଟିମ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ରମ ସ୍ଥଳ ଓ ଆଖପାଖ ସ୍ଥାନରୁ ପ୍ରାୟ 260 ମୃତଦେହ ଉଦ୍ଧାର କରିଥିବା ବେଳେ ଅଧିକାଂଶ ଅଂଶଗ୍ରହଣକାରୀ ଏବେ ମଧ୍ୟ ନିଖୋଜ ଅଛନ୍ତି । କାର୍ଯ୍ୟକ୍ରମ ସ୍ଥଳର ଏକାଧିକ ଭିଡିଓ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଯେଉଁଥିରେ ଆକ୍ରମଣ ଅତି ଭୟଙ୍କର ହୋଇଥିବା ନେଇ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ପାର୍କିଂ ହୋଇଥିବା ଶତାଧିକ କାର ମଧ୍ୟ ଜଳିଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ମୃତଦେହଗୁଡକ ବିକ୍ଷିପ୍ତ ହୋଇ ପଡିଛି ।

ଏହା ମଧ୍ୟ ପଢନ୍ତୁ:-Bahanaga Train Tragedy: ଖୁବଶୀଘ୍ର କରାଯିବ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ହଠାତ୍‌ କାର୍ଯ୍ୟକ୍ରମ ସ୍ଥଳରେ ପ୍ରବେଶ କରିବା ଲୋକଙ୍କ ଉପରେ ଅତର୍କୀତ ଗୁଳିମାଡ ଆରମ୍ଭ କରିଥିଲେ । ଲେକେ ପ୍ରାଣ ବିକଳରେ ଧାଇଁବାରେ ଲାଗିଥିଲେ । ସେ କିଛି ସହଯୋଗୀଙ୍କ ସହ ନିକଟରେ ପାର୍କିଂ ହୋଇଥିବା ଏକ ବସରେ ଲୁଚି ଯାଇଥିଲେ । ସେ ତାଙ୍କ ଆଖି ଆଗରେ ବହୁଲୋକଙ୍କୁ ହତ୍ୟା କରାଯିବାର ଦେଖିଛନ୍ତି । କୌଣସି ପ୍ରକାର ସେମାନେ ଲୁଚିଥିବା ବସ ଆତଙ୍କୀଙ୍କ ଦୃଷ୍ଟିରୁ ବର୍ତ୍ତିଯାଇଥିଲା । ଫଳରେ ସେମାନେ ମଧ୍ୟ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ । ଏବେ ସୁଦ୍ଧା ଇସ୍ରାଏଲର ବିଭିନ୍ନ ସ୍ଥାନରେ ମୃତ୍ୟୁସଂଖ୍ୟା ପ୍ରାୟ 600ରୁ ଅଧିକ ହେବା ନେଇ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details