ଓଡିଶା

odisha

By

Published : May 6, 2020, 6:43 AM IST

ETV Bharat / international

ବିପଦର ଘଣ୍ଟି, ମଧ୍ୟପ୍ରାଚ୍ୟରେ 10 ହଜାରରୁ ଅଧିକ ଭାରତୀୟ କୋରୋନା ଆକ୍ରାନ୍ତ

ଗୃହ ମନ୍ତ୍ରଣାଳୟ ସ୍ବାଧୀନତା ପରେ ପ୍ରଥମ ଥର ଏକ ବଡ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ମଧ୍ୟପ୍ରାଚ୍ୟରୁ ସବୁଠାରୁ ବଡ ସଂଖ୍ୟକ ଭାରତୀୟଙ୍କୁ ଏହା ସ୍ବଦେଶ ଫେରାଇବାର ଯୋଜନା କରୁଛି । ଅଧିକ ପଢନ୍ତୁ...

ବିପଦର ଘଣ୍ଟି, ମଧ୍ୟପ୍ରାଚ୍ୟରେ 10 ହଜାରରୁ ଅଧିକ ଭାରତୀୟ କୋରୋନା ଆକ୍ରାନ୍ତ
ବିପଦର ଘଣ୍ଟି, ମଧ୍ୟପ୍ରାଚ୍ୟରେ 10 ହଜାରରୁ ଅଧିକ ଭାରତୀୟ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କୋରୋନା ସ୍ଥିତି ଭୟଙ୍କର ଥିବାବେଳେ ସରକାର ବିଦେଶରୁ ଫସିଥିବା ଭାରତୀୟଙ୍କୁ ଫେରାଇବାର ଯୋଜନା କରୁଛନ୍ତି । ଏପରିକି ଚଳିତ ସପ୍ତାହରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ମଧ୍ୟପ୍ରାଚ୍ୟ ଦେଶର ଥିବା ଜଣାପଡିଛି । ତେବେ ଏହା ମଧ୍ୟରେ ଏକ ଖବର ଆସିଛି ଯାହା ଭାରତ ପାଇଁ ସତର୍କବାଣୀ ହୋଇପାରେ ।

ଏକ ରିପୋର୍ଟ ଅନୁସାରେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ରହୁଥିବା ଅଥବା କାମ କରୁଥିବା ଭାରତୀୟଙ୍କ ମଧ୍ୟରେ ପ୍ରାୟ 10 ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏହାସହ 84 ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇସାରିଛି । ସେହିପରି 10 ହଜାର ଭାରତୀୟଙ୍କ ସଂସ୍ପର୍ଶରେ ଆହୁରି ଅନେକ ଭାରତୀୟ ଆସିଥିବାର ସନ୍ଦେହ କରାଯାଉଛି ଯେଉଁମାନେ ବର୍ତ୍ତମାନ ସ୍ବଦେଶ ଫେରିବାକୁ ରେଜିଷ୍ଟ୍ରେସନ କରିଛନ୍ତି ।

ଏହା ଏପରି ସମୟରେ ଆସିଛି ଯେବେକି ଗୃହ ମନ୍ତ୍ରଣାଳୟ ସ୍ବାଧୀନତା ପରେ ପ୍ରଥମ ଥର ଏକ ବଡ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ମଧ୍ୟପ୍ରାଚ୍ୟରୁ ସବୁଠାରୁ ବଡ ସଂଖ୍ୟକ ଭାରତୀୟଙ୍କୁ ଏହା ସ୍ବଦେଶ ଫେରାଇବାର ଯୋଜନା କରୁଛି । ମେ 7ରୁ 13 ଯାଏଁ 64ଟି ବିମାନରେ ପ୍ରାୟ 15 ହଜାର ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାର ଯୋଜନା ହୋଇଛି । ତେବେ ଏବେ ସୁଦ୍ଧା ପ୍ରାୟ 3 ଲକ୍ଷରୁ ଅଧିକ ଲୋକ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ହେଲେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ପ୍ରାଥମିକତା ଜରୁରୀକାଳୀନ ବ୍ୟବସ୍ଥା ଅନୁସାରେ ଦିଆଯିବ ।

ABOUT THE AUTHOR

...view details