ଓଡିଶା

odisha

By

Published : Jun 1, 2020, 10:38 PM IST

ETV Bharat / international

କଟକଣା କୋହଳ ସହ ଧୈର୍ଯ୍ୟବାନ ହେବାକୁ ଅଷ୍ଟ୍ରେଲିଆବାସୀଙ୍କୁ ନିର୍ଦ୍ଦେଶ

ଅଷ୍ଟ୍ରେଲିଆବାସୀଙ୍କ ପାଇଁ ଏବେ ଧିରେ ଧିରେ ଖୋଲୁଛି ତାଲାବନ୍ଦ । ରାସ୍ତା ଘାଟକୁ ଓହ୍ଲାଉଛନ୍ତି ସାଧାରଣ ଲୋକେ । ଦୋକାନ ବଜାର ଖୋଲିବା ସହ ଅଫିସ ଖୋଲିବା ନେଇ ମଧ୍ୟ ମିଳିଛି ଅନୁମତି । ଦୀର୍ଘ ଦୁଇ ମାସ ପରେ ନିଜ ସ୍ବାଧୀନତା ଫେରିପାଇ ସତେ ଯେମିତି ଆତ୍ମହରା ହୋଇ ପଡିଛନ୍ତି ଅଷ୍ଟ୍ରେଲିଆବାସୀ ।

lockdown restriction easing in australia, lockdown in australia, corona in australia, corona update, ଅଷ୍ଟ୍ରେଲିଆରେ ଲକଡାଉନ କଟକଣା କୋହଳ, ଅଷ୍ଟ୍ରେଲିଆରେ ଲକଡାଉନ, ଅଷ୍ଟ୍ରେଲିଆରେ କୋରୋନା, କୋରୋନା ଅପଡେଟ
କଟକଣା କୋହଳ ସହ ଧୈର୍ଯ୍ୟବାନ ହେବାକୁ ଅଷ୍ଟ୍ରେଲିଆବାସୀଙ୍କୁ ନିର୍ଦ୍ଦେଶ

କାନବେରା: ଅଷ୍ଟ୍ରେଲିଆବାସୀଙ୍କ ପାଇଁ ଏବେ ଧିରେ ଧିରେ ଖୋଲୁଛି ତାଲାବନ୍ଦ । ରାସ୍ତା ଘାଟକୁ ଓହ୍ଲାଉଛନ୍ତି ସାଧାରଣ ଲୋକେ । ଦୋକାନ ବଜାର ଖୋଲିବା ସହ କାର୍ଯ୍ୟାଳୟ ଖୋଲିବା ନେଇ ମଧ୍ୟ ମିଳିଛି ଅନୁମତି । ଦୀର୍ଘ ଦୁଇ ମାସ ପରେ ନିଜ ସ୍ବାଧୀନତା ଫେରିପାଇ ସତେ ଯେମତି ଆତ୍ମହରା ହୋଇ ପଡିଛନ୍ତି ଅଷ୍ଟ୍ରେଲିଆବାସୀ । ଫଳରେ ଲୋକେ ପର୍ଯ୍ୟାୟକ୍ରମେ କୋହଳ ହେଉଥିବା କଟକଣାକୁ ନେଇ ଅସ୍ଥିର ହୋଇ ପଡୁଥିବା ଦେଖିବାକୁ ମିଳୁଛନ୍ତି ।

ଏମିତିରେ ଲୋକଙ୍କୁ ମନୋବଳ ସ୍ଥିର ରଖି ସରକାରଙ୍କୁ ନିଷ୍ପତ୍ତି ସହ ଧୈର୍ଯ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କଟକଣାକୁ ତରବର ହୋଇ କୋହଳ କରିବା ବିପଦକୁ ଡାକିବା ପରି ହେବ । ତେଣୁ ସ୍ଥିତି ଦେଖି ଧିରେ ଧିରେ ଆବଶ୍ୟକସ୍ଥଳରେ କଟକଣା କୋହଳ କରାଯାଉଛି । ଏନେଇ ଦକ୍ଷିଷ ଅଷ୍ଟ୍ରେଲିଆ ମୁଖ୍ୟ ଷ୍ଟିଭେନ ମାର୍ସଲଙ୍କ କହିବା ଅନୁଯାୟୀ ସରକାର ସତର୍କ ହୋଇ ଲକଡାଉନ କୋହଳ କରୁଛନ୍ତି । ଏଥିରେ ବ୍ୟସ୍ତତା ପ୍ରକାଶ କରିବାର କୌଣସି କାରଣ ନାହିଁ ।

ଦକ୍ଷିଣ ଅଷ୍ଟ୍ରେଲିଆରେ ଲକଡାଉନ କଟକଣା ଦ୍ବିତୀୟ ପର୍ଯ୍ୟାୟରେ କୋହଳ ହୋଇଛି । ଏଥିସହ ସମ୍ପୃକ୍ତ ଅଞ୍ଚଳରେ 80 ଲୋକେ ଏକାଠି ହୋଇପାରିବାର ଅନୁମତି ମଧ୍ୟ ମିଳିଛି । ସେହିପରି ଭିକ୍ଟୋରିଆରେ ମାର୍ଚ୍ଚ ପରେ ଖୋଲିଛି ପବ୍‌, କ୍ଲବ, କ୍ୟାଫେ ଓ ରେସ୍ତୋରାଁ । ସୋମବାର ସୁଦ୍ଧା ଦେଶରେ 7204 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ମେ’ ମାସରେ ତ୍ରିସ୍ତରୀୟ କଟକଣା କୋହଳ ପ୍ରକ୍ରିୟା ଲାଗୁ ନେଇ ଘୋଷଣା କରିଥିଲେ । ଏହା ଆଧାରରେ ଜୁଲାଇ ମାସ ସୁଦ୍ଧା ଦେଶକୁ କୋରୋନାମୁକ୍ତ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି ।

@IANS

ABOUT THE AUTHOR

...view details