ଓଡିଶା

odisha

By

Published : Jun 14, 2020, 2:56 PM IST

ETV Bharat / international

ଜାତିଆଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, 100 ଗିରଫ

ଆମେରିକାରେ ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲୋଏଡାଙ୍କ ମୃତ୍ୟୁକୁ ନେଇ ବ୍ରିଟେନରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଜାତିଆଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଲଣ୍ଡନରେ 100 ଗିରଫ
ଜାତିଆଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଲଣ୍ଡନରେ 100 ଗିରଫ

ଲଣ୍ଡନ: ଆମେରିକାର #blackmatterliveକୁ ସମର୍ଥନ କରି ଲଣ୍ଡନରେ ବିକ୍ଷୋଭ ପ୍ରଦର୍ଶନ । ଜାତିଆଣ ବିରୋଧରେ ପ୍ରଦର୍ଶନ କରି ଲଣ୍ଡନରେ 100 ଜଣଙ୍କୁ ଗିରଫ କରାଯାଇଛି। କୋରୋନା କଟକଣାକୁ ଉଲ୍ଲଙ୍ଘନ କରି ହଜାର ହଜାର ସଂଖ୍ୟକ ଲୋକେ ରାଜଧାନୀର ସଂସଦ ଛକ ଏବଂ ଆଖପାଖରେ ଆନ୍ଦୋଳନ କରିଥିଲେ ।

ମହାନଗର ନିଗମ ପୋଲିସ ଅଧିକାରୀ କହିଛନ୍ତି, ଏଥିପାଇଁ "ପ୍ରମୁଖ" ପୋଲିସ୍ ଅପରେସନ୍ ଆବଶ୍ୟକ ରହିଛି । କାରଣ ଆନ୍ଦୋଳନକାରୀମାନେ ପୋଲିସ ଅଧିକାରୀଙ୍କ ଉପରକୁ ଆକ୍ରମଣ କରିଥିଲେ ।

ଟେଲିଭିଜନ ଫୁଟେଜରେ ଦର୍ଶାଯାଇଛି ଯେ, କିଛି ଆନ୍ଦୋଳନକାରୀ ଅଧିକାରୀଙ୍କ ଉପରକୁ ବୋତଲ ଏବଂ ଧୂଆଁ ବୋମା ଫିଙ୍ଗିବା ସହିତ ଗାଳିଗୁଲଜ କରିଥିଲେ ।

ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ଆମ ଦେଶରେ ଜାତିଆଣର କୌଣସି ସ୍ଥାନ ନାହିଁ ଏବଂ ପୋଲିସ୍ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଆଇନ ଅନୁସାରେ ସମସ୍ତ ଦଣ୍ଡ ମିଳିବ ।

ଏହି ବିଶୃଙ୍ଖଳାର ଫୁଟେଜ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇଥିବାରୁ ପିଏମ ଟ୍ୱିଟରରେ ଲେଖିଛନ୍ତି, ବ୍ରିଟେନରେ ଜାତିଭେଦର କୌଣସି ଅଂଶ ନାହିଁ ଏବଂ ଆମେ ଏଠି ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ।

ABOUT THE AUTHOR

...view details