ଓଡିଶା

odisha

By

Published : May 5, 2020, 12:43 PM IST

ETV Bharat / international

ଷଷ୍ଠ ଥର ପାଇଁ ଜରୁରୀକାଳିନୀ ସୀମାକୁ ବଢାଇଲା ନ୍ୟୁଜିଲାଣ୍ଡ

ସାରା ବିଶ୍ବରେ କୋରୋନା ପ୍ରକୋପ ଜାରି ରହିଛି । ନ୍ୟୁଜିଲାଣ୍ଡରେ ଷଷ୍ଠଥର ପାଇଁ ବଢିଲା ଜରୁରୀକାଳୀନି ପରିସ୍ଥିତି । ଅଧିକ ପଢନ୍ତୁ...

6 ଥର ପାଇଁ ଜରୁରୀକାଳିନୀ ସୀମାକୁ ବଢାଇଲା ନ୍ୟୁଜିଲାଣ୍ଡ
6 ଥର ପାଇଁ ଜରୁରୀକାଳିନୀ ସୀମାକୁ ବଢାଇଲା ନ୍ୟୁଜିଲାଣ୍ଡ

ୱେଲିଙ୍ଗଟନ: ଷଷ୍ଠ ଥର ପାଇଁ ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ସମୟ ସୀମାକୁ ବୃଦ୍ଧି କରାଯାଇଛି । କୋଭିଡ 19ର ମୁକାବିଲା ପାଇଁ ପୁଣି 7 ଦିନ ବଢାଯାଇଛି । ପ୍ରଥମେ ମାର୍ଚ୍ଚ 25ରେ ଘୋଷଣା କରାଯାଇଥିଲା । ଆବଶ୍ୟକ ପଡିଲେ ଆହୁରି 7 ଦିନିଆକୁ ବନ୍ଦକୁ ବଢାଯିବ ବୋଲି ଜିନହୁଆ ରିପୋର୍ଟରେ କୁହାଯାଇଛି ।

ସିଭିଲ୍ ଡିଫେନ୍ସର ଜରୁରୀକାଳୀନ ପରିଚାଳନା ନିର୍ଦ୍ଦେଶକ ଓ ପ୍ରଧାନମନ୍ତ୍ରୀଙ୍କ ସହ ପରାମର୍ଶ ପରେ COVID-19 ମୁକାବିଲା ପାଇଁ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଜାରି ରଖିବାକୁ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ପିନୀ ହେନେରୀ । କୋଭିଡ-19ର ତୃତୀୟରେ ପର୍ଯ୍ୟାୟରେ ମୁକାବିଲା କରିବା ଏବଂ ଚତୁର୍ଥ ସ୍ତର ଯିବା ଆଗରୁ ଏହାକୁ ରୋକିବାକୁ ପଡିବ । ଏଥିପାଇଁ ଅଧିକ ସଜାଗ ଓ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

ଏହା ସେ କହିଛନ୍ତି, ନ୍ୟୁଜିଲାଣ୍ଡ ନାଗରିକ ନିୟମ ମାନି ଘରେ ରହୁଛନ୍ତି । ଅର୍ଥନୀତିକୁ ପୁନଃରୁଦ୍ଧାର କରିବାକୁ ସରକାର କାମ କରୁଛି ବୋଲି କହିଛନ୍ତି ହେନେରି । ମଙ୍ଗଳବାର ସୁଦ୍ଧା, ନ୍ୟୁଜିଲ୍ୟାଣ୍ଡରେ 1,486 କୋରୋନା ମାମଲା ରହିଛି । ଯେଉଁଥିରେ 20 ଜଣଙ୍କର ମୃତ୍ୟୁ ହୋଇଛି।

ABOUT THE AUTHOR

...view details