ଓଡିଶା

odisha

By

Published : Jun 19, 2020, 9:41 PM IST

ETV Bharat / international

ଲଣ୍ଡନ ହିଂସାକାଣ୍ଡ: ସ୍କଟଲାଣ୍ଡ ୟାର୍ଡ ଜାରି କଲା 35 ଅଭିଯୁକ୍ତଙ୍କ ଫଟୋ

ୟୁକେରେ ଜୁନ 13ରେ ବ୍ଲାକ ଲାଇଭ୍ସ ମ୍ୟାଟର ସପକ୍ଷରେ ଥିବା ବିକ୍ଷୋଭକାରୀ ଓ ୟୁକେ ରାଜଧାନୀରେ ସମସ୍ତ ମୂର୍ତ୍ତୀର ସୁରକ୍ଷା ଦାୟିତ୍ବରେ ଥିବା ସମାଜସେବୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ବିକ୍ଷୋଭକାରୀଙ୍କ ଉଗ୍ର ବ୍ୟବହାର ପାଇଁ ସାର୍ବଜନୀନ ସମ୍ପତ୍ତି ନଷ୍ଟ ଓ ହିଂସାତ୍ମକ ପରିବେଶ ସୃଷ୍ଟି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା ।

london clash, scotland yard, photos of involvers in london clash, black lives matter protest in uk, ଲଣ୍ଡନ ହିଂସାକାଣ୍ଡ, ସ୍କଟଲାଣ୍ଡ ୟାର୍ଡ, ଲଣ୍ଡନ ହିଂସାକାଣ୍ଡରେ ସମ୍ପୃକ୍ତଙ୍କ ଫଟୋ, ୟୁକେରେ ବ୍ଲାକ ଲାଇଭ୍ସ ମ୍ୟାଟର ଆନ୍ଦୋଳନ
ଲଣ୍ଡନ ହିଂସାକାଣ୍ଡ: ସ୍କଟଲାଣ୍ଡ ୟାର୍ଡ ଜାରି କଲା 35 ଅଭିଯୁକ୍ତଙ୍କ ଫଟୋ

ଲଣ୍ଡନ: ନିକଟରେ ଲଣ୍ଡନରେ ଜୋର ଧରିଥିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ । ‘ବ୍ଲାକ ଲାଇଭ୍ସ ମ୍ୟାଟର’ ନାରାରେ କମ୍ପିଥିଲା ଲଣ୍ଡନର ଗଳିକନ୍ଦି । ହେଲେ ଏହି ବିକ୍ଷୋଭକାରୀ ଲଣ୍ଡନରେ ଅନେକ ହିଂସାତ୍ମକ କାଣ୍ଡ ଯଥା ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ମୂର୍ତ୍ତି ସମେତ ଅନେକ ଅନ୍ୟ ମହାନାୟକଙ୍କ ମୂର୍ତ୍ତି ଆଦି ଭାଙ୍ଗିଥିବା ଦେଖାଯାଇଥିଲା । ତେବେ ଏହି କାଣ୍ଡରେ ସାମିଲ 35 ଦୁର୍ବୃତ୍ତଙ୍କ ଫଟୋ ଜାରି କରିଛି ସ୍କଟଲାଣ୍ଡ ୟାର୍ଡ ।

ସୂଚନା ଅନୁଯାୟୀ ୟୁକେରେ ଜୁନ 13ରେ ବ୍ଲାକ ଲାଇଭ୍ସ ମ୍ୟାଟର ସପକ୍ଷରେ ଥିବା ବିକ୍ଷୋଭକାରୀ ଓ ୟୁକେ ରାଜଧାନୀରେ ସମସ୍ତ ମୂର୍ତ୍ତୀର ସୁରକ୍ଷା ଦାୟିତ୍ବରେ ଥିବା ସମାଜସେବୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ବିକ୍ଷୋଭକାରୀଙ୍କ ଉଗ୍ର ବ୍ୟବହାର ପାଇଁ ସାର୍ବଜନୀନ ସମ୍ପତ୍ତି ନଷ୍ଟ ଓ ହିଂସାତ୍ମକ ପରିବେଶ ସୃଷ୍ଟି ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 230 ଜଣ ଗିରଫ ହୋଇସାରିଥିବା ବେଳେ ଅନ୍ୟ ସମ୍ପୃକ୍ତଙ୍କ ସନ୍ଧାନ ଜାରି ରହିଛି । ସେପଟେ ଗିରଫଙ୍କ ମଧ୍ୟରେ 128 ଜଣ ଜୁନ 13ରେ ହୋଇଥିବା ସଂଘର୍ଷରେ ସାମିଲ ରହିଥିବା ଜଣାପଡିଛି ।

ତେବେ ୟୁକେରେ ଏପରି ହିଂସା ଘଟାଇଥିବା ବିକ୍ଷୋଭକାରୀଙ୍କୁ ଧରିବା ପାଇଁ ବର୍ତ୍ତମାନ ସାଧାରଣ ଲୋକଙ୍କ ସାହାଯ୍ୟ ନିଆଯାଉଥିବା ୟୁକେ ପୋଲିସ ସୂଚନା ଦେଇଛି । ଏଥିରେ ଲୋକେ ଦେଇଥିବା ସୂଚନା ଅନୁଯାୟୀ ବିକ୍ଷୋଭକାରୀଙ୍କ ମଧ୍ୟରୁ କିଛି ଦୁର୍ବୃତ୍ତ ଲୋକଙ୍କୁ ଏହି ହିଂସାର ସାମିଲ ହେବା ପାଇଁ ଉସୁକାଇଥିଲେ । ଏଥିସହ ଲୋକଙ୍କୁ କ୍ରୋଧାନ୍ବିତ କରିବା ଭଳି କଥା କହି ହିଂସାକାଣ୍ଡ ଘଟାଇଥିଲେ । ସେପଟେ ସ୍କଟଲାଣ୍ଡ ୟାର୍ଡର ତଦନ୍ତ ଜାରି ରହିଛି । ଆଗକୁ ଆହୁରି ଅନେକ ସମ୍ପୃକ୍ତଙ୍କ ଫଟୋ ଜାରି କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛି ।

@IANS

ABOUT THE AUTHOR

...view details