ଓଡିଶା

odisha

ବେକାବୁ କୋରୋନା: ଗୋଟିଏ ଦିନରେ ଇଟାଲୀରେ ଗଲା 349 ଜୀବନ

By

Published : Mar 17, 2020, 12:09 PM IST

ଇଟାଲୀରେ ଭୟଙ୍କର ସ୍ଥିତି ଉପୁଜିଛି । ଗୋଟିଏ ଦିନରେ 349 ଜଣଙ୍କ ଜୀବନ ନେଲା କୋରୋନା । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ଇଟାଲୀରେ ଗଲା 349 ଜୀବନ
349 new virus deaths in italy

ରୋମ: ଇଟାଲୀରେ ବେକାବୁ ହେଉଛି କୋରୋନା । କାଳରୂପୀ କୋରୋନା ଯେମିତି ଇଟାଲୀରେ ମୃ୍ତ୍ୟୁର ତାଣ୍ଡବ ରଚିଛି । ପ୍ରତି 24 ଘଣ୍ଟାରେ ଶହ ଶହ ଜୀବନ ନେଉଯାଉଛି ଏହି ମହାମାରୀ ରୂପ ନେଇଥିବା ଭାଇରସ । ଗତକାଲି ମଧ୍ୟରେ ପୁଣି 349ଜଣଙ୍କ ସଂକ୍ରମିତଙ୍କ ମୃତ୍ୟୁ ପରେ ଗତ ମାସ ସୁଦ୍ଧା ମୃତ୍ୟୁ ସଂଖ୍ୟା 2,151 ରେ ପହଞ୍ଚିଛି ।

ସରକାରୀ ଆକଳନ ଅନୁସାରେ, ଗୁରୁବାର ଠାରୁ କୋଭିଡ-19 ଯୋଗୁଁ ମୃତ୍ୟୁ ସଂଖ୍ୟା ଦ୍ବିଗୁଣିତ ହେବାରେ ଲାଗିଛି । 4 ଦିନ ପୂର୍ବରୁ 15,113 ଥିବାବେଳେ ବର୍ତ୍ତମାନ 27, 980ରେ ପହଞ୍ଚିଛି । ଏହା ସହ ଗତ 2 ଦିନ ମଧ୍ୟରେ 700 ଜଣଙ୍କ ଜୀବନ ଯାଇଛି ।

ଇଟାଲୀର ଆର୍ଥିକ ରାଜଧାନୀ ଲମ୍ବୋର୍ଡି ଅଞ୍ଚଳରେ 1420ଜଣଙ୍କ ଜୀବନ ଯାଇଛି, ଯାହା ଇଟାଲୀର 66 ପ୍ରତିଶତ ଜଣାପଡିଛି । ଶନିବାର 59 ଜଣଙ୍କର ମୃତ୍ୟୁ ହେବା ସହ 873 ସଂକ୍ରମଣ ତୁଳନାରେ ପିଆମେଣ୍ଟରେ 111ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details