ଓଡିଶା

odisha

715 ନୂଆ ମାମଲା ସହ ଜର୍ମାନୀରେ 2 ଲକ୍ଷ ପାର କରିବ କୋରୋନା ସଂଖ୍ୟା

By

Published : May 28, 2020, 10:18 PM IST

ଜର୍ମାନୀରେ ଗତ 24 ଘଣ୍ଟାରେ ନୂଆ 715 ମାମଲା ସାମନାକୁ ଆସିଛି । ଏହାସହ 109 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଜର୍ମାନୀରେ ପୁଣି ବଢିଲା କୋରୋନା ଆକ୍ରାନ୍ତ, 2 ଲକ୍ଷ ପାଖାପାଖି ପଜିଟିଭ
ଜର୍ମାନୀରେ ପୁଣି ବଢିଲା କୋରୋନା ଆକ୍ରାନ୍ତ, 2 ଲକ୍ଷ ପାଖାପାଖି ପଜିଟିଭ

ବର୍ଲିନ: ୟୁରୋପ ଦେଶମାନଙ୍କରେ କୋରୋନା ପୁଣି ଦ୍ରୁତଗତିରେ ବଢିଚାଲିଛି । ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଲକଡାଉନ କୋହଳ କରିବାର ନିଷ୍ପତ୍ତି ନେଇଥିଲେ ସରକାର । ହେଲେ ଏବେ ପୁଣି ବଢିବାରେ ଲାଗିଛି କୋରୋନା ପଜିଟିଭଙ୍କ ସଂଖ୍ୟା ।

ଜର୍ମାନୀରେ ଗତ 24 ଘଣ୍ଟାରେ ନୂଆ 715 ମାମଲା ସାମନାକୁ ଆସିଛି । ଏହାସହ 109 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତ 2 ଲକ୍ଷ ପାଖାପାଖି ପହଞ୍ଚିଛି । ଏବେ ସୁଦ୍ଧା ଜର୍ମାନୀରେ 1 ଲକ୍ଷ 82 ହଜାର ଉପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 8529 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି ।

ତେବେ 1 ଲକ୍ଷ 63 ହଜାର ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ବୋଲି ରବର୍ଟ କୋଚ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ସରକାର କଟକଣା କୋହଳ କରିବା କଥା ଚିନ୍ତା କରିଥିଲେ । ମାତ୍ର ଏବେ ପୁଣି ନୂଆ ସଂଖ୍ୟା ବଢୁଥିବାରୁ ସରକାଙ୍କ ଚିନ୍ତା ବଢିଛି । ସେପଟେ ଜୁନ 15ରୁ ୟୁରୋପିଆନ ରାଷ୍ଟ୍ରକୁ ଗସ୍ତ କରିବା ଉପରେ ଲାଗିଥିବା କଟକଣା ହଟିବାକୁ ଯାଉଛି ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ।

ABOUT THE AUTHOR

...view details