ଓଡିଶା

odisha

By

Published : Sep 29, 2020, 8:44 AM IST

ETV Bharat / international

ସାଉଦି ସୁରକ୍ଷା ବାହିନୀ କାବୁରେ 10 ସନ୍ଦିଗ୍ଧ ଆତଙ୍କୀ

ଆତଙ୍କବାଦୀ ସଙ୍ଗଠନ ତିଆରି କରୁଥିବା ସନ୍ଦେହରେ ସାଉଦି ଆରବ ସୁରକ୍ଷା ବାହିନୀ 10 ଜଣଙ୍କୁ ଅଟକ ରଖିଛି। ଯାହା ଇରାନରୁ ସାମରିକ ସହାୟତା ପାଇଛି ବୋଲି ରାଜ୍ୟ ସୁରକ୍ଷା ବିଭାଗର ମୁଖପାତ୍ର ସୋମବାର କହିଛନ୍ତି।

10 ସନ୍ଦିଗ୍ଧ ଆତଙ୍କୀଙ୍କୁ କାବୁ କରିଛି ସାଉଦି ସୁରକ୍ଷା ବାହିନୀ
10 ସନ୍ଦିଗ୍ଧ ଆତଙ୍କୀଙ୍କୁ କାବୁ କରିଛି ସାଉଦି ସୁରକ୍ଷା ବାହିନୀ

ରିୟାଧା: ଆତଙ୍କବାଦୀ ସଙ୍ଗଠନ ତିଆରି କରୁଥିବା ସନ୍ଦେହରେ ସାଉଦି ଆରବ ସୁରକ୍ଷା ବାହିନୀ 10 ଜଣଙ୍କୁ ଅଟକ ରଖିଛି। ଯାହା ଇରାନରୁ ସାମରିକ ସହାୟତା ପାଇଛି ବୋଲି ରାଜ୍ୟ ସୁରକ୍ଷା ବିଭାଗର ମୁଖପାତ୍ର ସୋମବାର କହିଛନ୍ତି।

ସାଉଦି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ସୁରକ୍ଷା ବାହିନୀ ଏକ ଆତଙ୍କବାଦୀ ସେଲକୁ ପ୍ରକାଶ କରିଛନ୍ତି। ଯେଉଁ ଆତଙ୍କବାଦୀମାନେ ଇସଲାମିକ୍ ରିଭୋଲ୍ୟୁସନ୍ ଗାର୍ଡ କର୍ପସ୍ର ସୁବିଧାଗୁଡ଼ିକରେ ସାମରିକ ଏବଂ କ୍ଷେତ୍ର ତାଲିମ ନେଇଛନ୍ତି। ମୁଖପାତ୍ର କହିଛନ୍ତି ଯେ 10 ଜଣଙ୍କୁ ଇରାନରେ ତାଲିମ ଦିଆଯାଇଥିବା ବେଳେ ଗିରଫ କରାଯାଇଥିଲା।

ସାଉଦି ଆରବ ଏବଂ ଇରାନ 2016 ରେ କୂଟନୈତିକ ସମ୍ପର୍କ ଭାଙ୍ଗିଥିଲେ। ଏହି ନିଷ୍ପତ୍ତିକୁ ତେହେରାନରେ ବିରୋଧର ଢେଉ ଖେଳିଯାଇଥିଲା । ଯାହାଦ୍ୱାରା ସାଉଦି ଦୂତାବାସ ଉପରେ ଚଢାଉ କରାଯାଇଥିଲା।

ABOUT THE AUTHOR

...view details