ଓଡିଶା

odisha

ପାକ ଗୁପ୍ତଚର ସଂସ୍ଥା ମିଆଁମାରରେ ସକ୍ରିୟ

By

Published : Aug 16, 2020, 1:10 AM IST

ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ମିଆଁମାରରେ ଆତଙ୍କବାଦୀ ଗୋଷ୍ଠୀକୁ ତାଲିମ ଦେଉଛି ଏବଂ ଏହାର ମୂଳ ଲକ୍ଷ୍ୟ ହେଉଛି ସୀମାପାର ଆତଙ୍କବାଦ ବ୍ୟବହାର କରି କିଛି ଦେଶକୁ ଅସ୍ଥିର କରିବା। ଏନେଇ ଜର୍ମାନ ନ୍ୟୁଜ ଏଜେନ୍ସି ଡିଡବ୍ଲ୍ୟୁ ରିପୋର୍ଟ କରିଛି । ଅଧିକ ପଢନ୍ତୁ...

ପାକ ଗୁପ୍ତଚର ସଂସ୍ଥା ମିଆଁମାରରେ ସକ୍ରିୟ
ପାକ ଗୁପ୍ତଚର ସଂସ୍ଥା ମିଆଁମାରରେ ସକ୍ରିୟ

ନେପିଟୋ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ମିଆଁମାରରେ ଆତଙ୍କବାଦୀ ଗୋଷ୍ଠୀକୁ ତାଲିମ ଦେଉଛି ଏବଂ ଏହାର ମୂଳ ଲକ୍ଷ୍ୟ ହେଉଛି ସୀମାପାର ଆତଙ୍କବାଦ ବ୍ୟବହାର କରି କିଛି ଦେଶକୁ ଅସ୍ଥିର କରିବା। ଏନେଇ ଜର୍ମାନ ନ୍ୟୁଜ ଏଜେନ୍ସି ଡିଡବ୍ଲ୍ୟୁ ରିପୋର୍ଟ କରିଛି ।

ସାଉଥ ଏସିଆ ଡ୍ରାମାଟିକ ଫୋରମର ବିଶ୍ଳେଷକ ସିଗଫ୍ରିଡ୍ ଓ ଓଲଫ୍ 40 ଜଣ ରୋହିଙ୍ଗ୍ୟାଙ୍କୁ ଆଇଏସଆଇର ପ୍ରଶିକ୍ଷଣ ଦେଉଥିବା ନିଶ୍ଚିତ କରିଛନ୍ତି । ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନ ଗୋଟିଏ ତୃତୀୟ ପକ୍ଷ ଦେଶ ବାଛିବା ସପକ୍ଷରେ ରହିଥିବା ବିଶେଷଜ୍ଞ କହିଛନ୍ତି । ଯାହା ପୁଣିଥରେ ପ୍ରମାଣିତ କରେ ଯେ ଇସଲାମାବାଦ ଆତଙ୍କବାଦକୁ ସମର୍ଥନ କରୁଥିଲା ଏବଂ ସମର୍ଥନ ଜାରି ରଖିଛି । ଏହି କାରଣରୁ ମିଆଁମାର ସୀମାବର୍ତ୍ତୀ ବାଂଲାଦେଶର କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଆତଙ୍କବାଦୀ ଗୋଷ୍ଠୀ ପାଇଁ ଟାର୍ଗେଟରେ ପରିଣତ ହୋଇଛି।

ବାଂଲାଦେଶୀ ସୁରକ୍ଷା ବିଶେଷଜ୍ଞ ଅବଦୁର ରସିଦ ଡିଡବ୍ଲୁକୁ କହିଛନ୍ତି ଯେ, ଅତୀତରେ ରୋହିଙ୍ଗ୍ୟାଙ୍କ ଦ୍ବାରା ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଉଦ୍ୟମ ହୋଇଥିଲା, କିନ୍ତୁ ଢାକା ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଦେଇ ନାହିଁ। ରସିଦ ଏହା ମଧ୍ୟ କହିଛନ୍ତି ଯେ ଉତ୍ତର-ପୂର୍ବ ଭାରତରେ ବିଦ୍ରୋହ ସମ୍ପର୍କରେ ବାଂଲାଦେଶ ଏପର୍ଯ୍ୟନ୍ତ ଭାରତକୁ ସାହାଯ୍ୟ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀକୁ ଲଗାଇ କରି ଭାରତକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି । ହେଲେ ପାରେ କିନ୍ତୁ ବାଂଲାଦେଶ ଏହାକୁ କରାଇଦେବନି ।

ମିଆଁମାରର ସାମରିକ ଅଧିକାରୀଙ୍କ ଅନୁଯାୟୀ ଆରାକନ ରୋହିଙ୍ଗ୍ୟା ସାଲଭେସନ୍ ଆର୍ମି (ଆରଏସଏ) ବର୍ତ୍ତମାନ ସୀମାକୁ ଫେରିଛି ଏବଂ ପେଟ୍ରୋଲିଂ ବୃଦ୍ଧି କରିଛି। ଆରଏସଏ ସଦସ୍ୟମାନେ ଶରଣାର୍ଥୀ ଶିବିରରେ ରାତିରେ ସକ୍ରିୟ ରହିଛନ୍ତି ଓ ଦିନରେ ସେମାନେ ଛଦ୍ମବେଶରେ ରହିଛନ୍ତି ।

@ANI

ABOUT THE AUTHOR

...view details