ଓଡିଶା

odisha

By

Published : Jul 22, 2019, 2:51 PM IST

ETV Bharat / international

ଇମ୍ରାନଙ୍କ ପାଇଁ ପ୍ରତିଶ୍ରୁତି ପଡ଼ିପାରେ ମହଙ୍ଗା

ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୱାଶିଂଟନରେ ଥିବା ପାକିସ୍ତାନ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ନିଜର ଅଭିଭାଷଣରେ ସେ ପାକର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସମ୍ପର୍କରେ କହିଥିଲେ ।

ଫାଇଲ ଫଟୋ

ଇସଲାମାବାଦ: ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ରବିବାର ସେ ୱାଶିଂଟନରେ ଥିବା ପାକିସ୍ତାନ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ନିଜର ଅଭିଭାଷଣରେ ସେ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସମ୍ପର୍କରେ କହିଥିଲେ ।

ସେ କହିଥିଲେ ଯେ ନୱାଜ ସରିଫ୍ ଜେଲରେ ଶୀତତାପ ନିୟନ୍ତ୍ରିତ ରୁମରେ ରହିବା ସହ ନିଜ ଘରୁ ଆସିଥିବା ଭୋଜନ ଖାଇଥାଆନ୍ତି । ଏପରିକି ତାଙ୍କ କୋଠରୀରେ ଏକ ଟିଭି ମଧ୍ୟ ରହିଛି । ତେବେ ତାଙ୍କ ସରକାର ଏହା ନିଶ୍ଚିତ କରିବ ଯେ ସରିଫଙ୍କୁ ଏସବୁ ସୁବିଧା ମିଳିବନି ।

ନିଜର 50 ମିନିଟର ଭାଷଣରେ ସେ କହିଥିଲେ ଯେ ନୱାଜଙ୍କୁ ନିଜ ଘରୁ ଆସିଥିବା ଭୋଜନ ଦରକାର, ଏୟାର କଣ୍ଡିସନ୍ ରୁମ୍ ଦରକାର । ମାତ୍ର ଯେଉଁ ଦେଶର ଅଧା ଲୋକଙ୍କ ପାଖରେ ଏସି ଓ ଟିଭି ନାହିଁ ସେଠାରେ ଏହା କେଉଁପ୍ରକାର ଦଣ୍ଡ । ପାକିସ୍ତାନ ଫେରି ସେ ଏହା ନିଶ୍ଚିତ କରିବେ ଯେ ସରିଫଙ୍କୁ ଯେପରି ଏସବୁ ସୁବିଧା ପ୍ରଦାନ ନକରାଯାଏ ।

ଏହାସହ ସେ କହିଥିଲେ ଯେ ସେ ଜାଣିଛନ୍ତି ପାକିସ୍ତାନ ମୁସଲିମ ଲିଗ-ଏନ ନେତ୍ରୀ ମରିୟମ ବିୱି ଏନେଇ ଅନେକ ହଙ୍ଗାମା କରିବେ । ହେଲେ ସେ ତାଙ୍କୁ ସିଧାସିଧା କହିବେ ଟଙ୍କା ଫେରସ୍ତ କରନ୍ତୁ ଘଟଣା ଶେଷ । ସୂଚନାଯୋଗ୍ୟ ଯେ ଆମେରିକା ଯାତ୍ରାରେ ଇମ୍ରାନ ଖାନ୍ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଇମ୍ରାନଙ୍କ ସହ ପାକିସ୍ତାନର ସେନାମୁଖ୍ୟ ଲେଫ୍ଟନେଣ୍ଟ ଜେନେରାଲ ହମିଦ୍ ମଧ୍ୟ ଉପସ୍ଥିତ ରହିବେ ।

ABOUT THE AUTHOR

...view details