ଓଡିଶା

odisha

By

Published : Jun 8, 2020, 12:59 AM IST

ETV Bharat / international

କୋଭିଡ-19: ଚୀନରେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ

ବର୍ତ୍ତମାନ ସୁଦ୍ଧା ଚୀନରେ ଆକ୍ରାନ୍ତଙ୍କ ମଧ୍ୟରୁ 78,332 ଜଣ ସୁସ୍ଥ ହୋଇ ସାରିଛନ୍ତି । ତେବେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ଦେଶଚରେ 746,744 ଜଣଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ ଏବେ ବି 3389 ଜଣ ଡାକ୍ତରୀ ନିରୀକ୍ଷଣରେ ରହିଥିବା ଜଣା ପଡିଛି ।

covid-19, corona fight in china, corona affected in china, china's position in corona fight, କୋଭିଡ-19, ଚୀନରେ କୋରୋନା ମୁକାବିଲା, ଚୀନରେ କୋରୋନା ଆକ୍ରାନ୍ତ, କୋରୋନା ମୁକାବିଲାରେ ଚୀନର ସ୍ଥିତି
କୋଭିଡ-19: ଚୀନରେ ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ

ବେଜିଂ: କୋରୋନା ଚିକିତ୍ସାରେ ଚୀନ ହାତରେ ଲାଗିଛି ଆଉ ଏକ ସଫଳତା । କିଛି ମାସ ତଳେ ଚୀନରେ କୋରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ବେଶ ସଫଳତାର ସହ ସେହି ପରିସ୍ଥିତିରୁ ବାହାରି ଆସିଥିଲା ଚୀନ । ଏବେ ପୁଣି ନିଜ ସଫଳତା ଦୋହରାଇଛି ଚୀନ । ଦେଶରେ ବର୍ତ୍ତମାନ କୌଣସି ଗୁରୁତର ଆକ୍ରାନ୍ତ ନଥିବା ରବିବାର ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଗତବର୍ଷ ଡିସେମ୍ବରରେ ଚୀନର ଉହାନ ସହରରେ କୋରୋନାର ଉତ୍ପତ୍ତି ହୋଇଥିବା କୁହାଯାଉଥିବା ବେଳେ ଏପର୍ଯ୍ୟନ୍ତ ଚୀନର ଡାକ୍ତରୀ ଟିମ୍‌ କେବେ ଏପରି ବୟାନ ଦେଇ ନଥିଲା । ଏହା ନିଜ ଭିତରେ ହିଁ ଏକ ବଡ ସଫଳତାର ଆଭାସ । ସାରା ବିଶ୍ବ ଏହାର ଆତଙ୍କରେ କବଳିତ ଥିବା ବେଳେ ଚୀନରେ କୌଣସି ଗୁରୁତର ଆକ୍ରାନ୍ତ ନଥିବା ଖବର ଏବେ ବିଶ୍ବବାସୀଙ୍କୁ ଚକିତ କରିଛି । ସେପଟେ ଚୀନ ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ରିପୋର୍ଟ ମୁତାବକ ଦେଶରେ ବର୍ତ୍ତମାନ ମାତ୍ର 70ଟି ସକ୍ରିୟ ମାମଲା ରହିଛି ।

ବର୍ତ୍ତମାନ ସୁଦ୍ଧା ଚୀନରେ ଆକ୍ରାନ୍ତଙ୍କ ମଧ୍ୟରୁ 78,332 ଜଣ ସୁସ୍ଥ ହୋଇ ସାରିଛନ୍ତି । ତେବେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ଦେଶଚରେ 746,744 ଜଣଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ ଏବେ ବି 3389 ଜଣ ଡାକ୍ତରୀ ନିରୀକ୍ଷଣରେ ରହିଥିବା ଜଣା ପଡିଛି । ଗତ ମାର୍ଚ୍ଚ ମାସରୁ ଚୀନ ଅତି ଚତୁରତାର ସହ କୋରୋନାର ମୁକାବିଲା କରିଆସିଛି । ଫଳସ୍ବରୂପ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଅବନତି ପରିଲକ୍ଷିତ ହୋଇଛି । ତେବେ ଏହା ପଛରେ ଚୀନର ରଣନୀତି କ’ଣ ଜାଣିବା ପାଇଁ ସାରା ବିଶ୍ବ ଇଚ୍ଛୁକ ଥିବା ବେଳେ, ଦେଖିବାକୁ ବାକି ରହିଲା କେବେ ନିଜ ସିକ୍ରେଟ ଶେୟାର କରୁଛି ଚୀନ ।

@IANS

ABOUT THE AUTHOR

...view details