ଓଡିଶା

odisha

By

Published : Feb 20, 2020, 9:03 AM IST

ETV Bharat / international

କୋରୋନା ଆତଙ୍କ: ହୁବେଇରେ 2 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଚୀନରେ କୋରୋନା ମୃତ୍ୟୁ ସଂଖ୍ୟା 2ହଜାର 1ଶହ 12ରେ ପହଞ୍ଚିଛି । ଅଧିକ ପଢନ୍ତୁ....

coronavirus death toll in chinas hubei province exceeds
କୋରୋନା ଆତଙ୍କ: ହୁବେଇରେ 2 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ବେଜିଂ: ଚୀନର ହୁବେଇରେ ବୁଧବାର କୋରୋନାରେ 108 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ହୁବେଇରେ କୋରୋନା ମୃତ୍ୟୁ ସଂଖ୍ୟା 2029ରେ ପହଞ୍ଚିଛି । ଅନ୍ୟପକ୍ଷରେ ଚୀନରେ ମୋଟ ମୃତ୍ୟୁ ସଂଖ୍ୟା 2ହଜାର 1ଶହ 12ରେ ପହଞ୍ଚିଛି । ଦେଶର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ହୁବେଇରେ ଗତକାଲି 349 ଜଣଙ୍କ ଠାରେ କୋରୋନା ଭୂତାଣୁ ପଜିଟିଭ ଥିବା ରିପୋର୍ଟ ହୋଇଛି । ଏହା ସହ ହୁବେଇର ପୀଡିତଙ୍କ ସଂଖ୍ୟା 62 ହଜାର 31ରେ ପହଞ୍ଚିଛି । ସେହିପରି ଦକ୍ଷିଣ ଚୀନରେ ମୋଟ 74 ହଜାର 1ଶହ 85 ଜଣଙ୍କ କୋରୋନାରେ ପୀଡିତ ହୋଇଛନ୍ତି ।

କେରୋନା ଭାଇରସ ଗତ ଡିସେମ୍ବରରେ ଚୀନର ଉହାନ ପ୍ରଦେଶରୁ ଉତ୍ପତ୍ତି ହୋଇଥିଲା । ଏହାପର ଠାରୁ ବିଶ୍ବର ଅନେକ ଦେଶରେ ଏହା ବ୍ୟାପିବାରେ ଲାଗିଛି । ଚୀନ ବାହାରେ ମୋଟ 8ଜଣ କୋରୋନା ପୀଡିତଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଇରାନର 2 ଜଣ ରହିଛନ୍ତି ।

@ANI

ABOUT THE AUTHOR

...view details