ଓଡିଶା

odisha

By

Published : Sep 7, 2020, 1:05 PM IST

ETV Bharat / international

ଭିସା କଟକଣା ନେଇ ଆମେରିକୀୟ ଗଣମାଧ୍ୟମକୁ ଚୀନର ଟାର୍ଗେଟ

କୋରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ତିକ୍ତ ହେବାରେ ଲାଗିଛି ଆମେରିକା ଓ ଚୀନର ସମ୍ପର୍କ । ଏନେଇ ଏବେ ଆମେରିକାର ନୂଆ ଭିସା କଟକଣା ନେଇ ଆମେରିକୀୟ ଗଣମାଧ୍ୟମକୁ ଟାର୍ଗେଟ କରିଛି ଚୀନ ।

American visa restriction, china targets us media, us-china relation, us media, visa restriction, ଆମେରିକୀୟ ଭିସା କଟକଣା, ଚୀନରେ ଆମେରିକୀୟ ସାମ୍ବାଦିକଙ୍କୁ ଟାର୍ଗେଟ, ଆମେରିକା-ଚୀନ ତିକ୍ତତା, ଆମେରିକୀୟ ଗଣମାଧ୍ୟମ, ଭିସା କଟକଣା
ଭିସା କଟକଣା ନେଇ ଆମେରିକୀୟ ଗଣମାଧ୍ୟମକୁ ଚୀନର ଟାର୍ଗେଟ

ବେଜିଂ: କୋରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ତିକ୍ତ ହେବାରେ ଲାଗିଛି ଆମେରିକା ଓ ଚୀନର ସମ୍ପର୍କ । କେବେ କୋରୋନା ସଂକ୍ରମଣ ପାଇଁ ଆମେରିକା ଚୀନକୁ ଦାୟୀ କରୁଛି ତ କେବେ ପୁଣି ଆମେରିକାରେ ଚୀନର ଆପ୍‌ ବ୍ୟାନ ହେଲେ ଚୀନ ମଧ୍ୟ ଯେସାକୁ ତେସା ନୀତି ଆପଣାଇବା ନେଇ ଦେଉଛି ଖୋଲା ଧମକ । ସେପଟେ ଭାରତ ସହ ଚୀନର ସୀମା ସଂଘର୍ଷ ନେଇ ମଧ୍ୟ ଆମେରିକା ଭାରତକୁ ସମର୍ଥନ ଦେଖାଇଥିବା ବେଳେ ଚୀନ ଆଖିରେ ଏହା ଖଟକିବାରେ ଲାଗିଛି । ଏନେଇ ଏବେ ଆମେରିକାର ନୂଆ ଭିସା କଟକଣା ନେଇ ଆମେରିକୀୟ ଗଣମାଧ୍ୟମକୁ ଟାର୍ଗେଟ କରିଛି ଚୀନ ।

କେବଳ ଯେ ଚୀନ ଆମେରିକୀୟ ଗଣମାଧ୍ୟମକୁ ଟାର୍ଗେଟ କରୁଛି ତାହା ନୁହେଁ, ବଦଳରେ ଆମେରିକା ମଧ୍ୟ ଚୀନର ଗଣମାଧ୍ୟମ ଉପରେ ବିଭିନ୍ନ ପ୍ରସଙ୍ଗ କାଦୁଅ ଫୋପାଡିବାରେ ଲାଗିଛି । ନୂଆ ଭିସା କଟକଣା ଦ୍ବାରା ଆମେରିକାରେ ଚୀନ ଗଣମାଧ୍ୟମ ପ୍ରତିନିଧି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ପ୍ରତିବଦଳରେ ଚୀନରେ ଆମେରିକୀୟ ଗଣମାଧ୍ୟମ ପ୍ରତିନିଧିଙ୍କ କରାଯାଇଛି ହଇରାଣ ।

ସୂଚନା ଅନୁଯାୟୀ ପୁରୁଣା ନିୟମ ମୁତାବକ ଚୀନରେ ଆମେରିକୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ 1 ବର୍ଷର ଭିସା ଅବଧି ଯୋଗାଇ ଦିଆଯାଉଥିଲା । ହେଲେ ଆମେରିକାର ନୂଆ ଭିସା କଟକଣା ଲାଗୁ ହେବା ପରେ, ଏବେ ଚୀନରେ ସମସ୍ତ ଆମେରିକୀୟ ସାମ୍ବାଦିକଙ୍କର ପ୍ରେସ କାର୍ଡ ନବୀକରଣ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହି ନିର୍ଦ୍ଦେଶ ମୁତାବକ ସମସ୍ତ ସାମ୍ବାଦିକଙ୍କୁ ନିଜ ପୁରୁଣା ପ୍ରେସ କାର୍ଡକୁ ପ୍ରଥମେ ପ୍ରମାଣ ସ୍ବରୂପ ଜମା କରିବାକୁ ହେବ । ଏହା ପରେ ସେମାନଙ୍କୁ ଭେରିଫିକେଶନ ପ୍ରକ୍ରିୟା ସମାପ୍ତି ପରେ ନୂଆ ପ୍ରେସ କାର୍ଡ ଯୋଗାଇ ଦିଆଯିବ । ଯାହାର ବୈଧତା ମାତ୍ର ଦୁଇ ମାସ ରହିବ ବୋଲି ସ୍ପଷ୍ଟ ହୋଇଛି ।

ତେବେ ଆମେରିକାରେ ଚୀନ ସାମ୍ବାଦିକଙ୍କ ପ୍ରତି ଲଗାଯାଇଥିବା ନୂଆ କଟକଣାର ଏହା ଏକ ପ୍ରତିଫଳନ ବୋଲି ଚୀନ ପ୍ରତିପକ୍ଷ ସଫେଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details