ଓଡିଶା

odisha

By

Published : Apr 27, 2020, 11:13 PM IST

ETV Bharat / international

ସେପ୍ଟେମ୍ବର ଯାଏଁ ବାଂଲାଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ବାଂଲାଦେଶରେ କୋରୋନା ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଶେଖ ହସିନା କରିଛନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ଆଗାମୀ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

corona in bangladesh, corona fight in bangladesh, corona update, educational institute to shut till september in bangladesh, ବାଂଲାଦେଶରେ କୋରୋନା, ବାଂଲାଦେଶରେ କୋରୋନା ମୁକାବିଲା, କୋରୋନା ଅପଡେଟ, ବାଂଲାଦେଶରେ ସେପ୍ଟେମ୍ବର ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ
ସେପ୍ଟେମ୍ବର ଯାଏଁ ବାଂଲାଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଢାକା: ବାଂଲାଦେଶରେ କୋରୋନା ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଶେଖ ହସିନା କରିଛନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା । ସୋମବାର ଦେଶର କାର୍ଯ୍ୟକାରୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଚାଲିଥିବା ସମୟରେ ସେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି ଆଗାମୀ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହେଲେ ଅନ୍ୟ ବ୍ୟବସାୟ ଓ ଦୋକାନ ବଜାର ଉପରେ ଧିରେ ଧିରେ କଟକଣା କୋହଳ ହେବ ।

ନିଜ ସରକାରୀ ବାସଭବନ ଗାନୋଭବନରେ ସୋମବାର ଏହି ଭିଡିଓ କନଫରେନ୍ସ ଚାଲିଥିବା ବେଳେ ହସିନା ଏହି ଘୋଷଣା କରିଥିଲେ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ଦେଶରେ ଲୋକଙ୍କ ଜୀବନ ଓ ଜୀବିକା ଉଭୟ ବଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି । ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନଗୁଡିକୁ ସେପ୍ଟେମ୍ବର ଯାଏଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଦେଶରେ ଅନ୍ୟ କ୍ଷେତ୍ରଗୁଡିକରେ କୋରୋନା ସ୍ଥିତିରେ ସୁଧାର ଅନୁଯାୟୀ ନିୟମ କୋହଳ କରାଯିବ ।

ସୂଚନା ଅନୁଯାୟୀ ବାଂଲାଦେଶରେ ଏଯାବତ କୋରୋନା ଆକ୍ରାନ୍ତ ସଂଖ୍ୟା 5416ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 145ରେ ସ୍ଥିର ରହିଛି ।

ABOUT THE AUTHOR

...view details