ଓଡିଶା

odisha

By

Published : Mar 21, 2020, 2:50 PM IST

ETV Bharat / international

ମୃଦୁ ଭୂକମ୍ପରେ ଥରିଲା ଗ୍ରୀସ, ତୀବ୍ରତା 5.4 ରେକର୍ଡ

ଭୂକମ୍ପରେ ଥରିଲା ଗ୍ରୀସ । ରିକ୍ଟର ସ୍କେଲରେ ତୀବ୍ରତା 5.4 ରେକର୍ଡ କରାଯାଇଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଅଧିକ ଖବର ପଢନ୍ତୁ...

Greece  earthquake
ମୃଦୁ ଭୂକମ୍ପରେ ଥରିଲା ଗ୍ରୀସ, ତୀବ୍ରତା 5.4 ରେକର୍ଡ

ଗ୍ରୀସ: ଭୂକମ୍ପରେ ଥରିଲା ନର୍ଥ ୱେଷ୍ଟର୍ଣ୍ଣ ଗ୍ରୀସ । ରିକ୍ଟର ସ୍କେଲରେ ତୀବ୍ରତା 5.4 ରେକର୍ଡ କରାଯାଇଛି । ତେବେ ଭୂକମ୍ପ ନେଇ ୟୁରୋପିଆନ ସେସିମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଭୂକମ୍ପର ଝଟକା ମଧ୍ୟରାତ୍ରି 12.49ରେ ଅନୁଭୂତ ହୋଇଥିବା । ଏହାସହ କେନ୍ଦ୍ରସ୍ଥଳ ସାଉଥ୍ ୱେଷ୍ଟର ଲୋଆନିଆଠାରୁ 10 କିଲୋମିଟର ଦୂରତାରେ ସୃଷ୍ଟି ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ଓ ମୃତାହତର ଆକଳନ ହୋଇନଥିବା ସୂଚନା ମିଳିଛି ।

ଗ୍ରୀସ ସେସିମୋଲୋଜି ସକ୍ରିୟ ଅଞ୍ଚଳରେ ଅବସ୍ଥିତି । ଏହାସହ ମେଡିଟୋରିନିଆନ ସମୁଦ୍ର ଆଫ୍ରିକା ଓ ୟୁରୋସିଆନ ପ୍ଲେଟର ମଝିରେ ରହିଛି । ଯାହାଫଳରେ ଅନେକ ସମୟରେ ଦୁଇଟି ପ୍ଲେଟ ବାଡେଇ ହେବା ଫଳରେ ଭୂକମ୍ପ ସୃଷ୍ଟି ହୋଇଥାଏ । ଖବର ଥାଉକି, ୨୦୧୧ ଅକ୍ଟୋବରରେ ୭.୨ ତୀବ୍ରତା ଓ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବାରୁ ତୁର୍କୀ ଓ ପୂର୍ବାଞ୍ଚଳରେ ୬୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details