ଓଡିଶା

odisha

By

Published : Dec 4, 2019, 1:59 PM IST

ETV Bharat / international

ସୁନ୍ଦର ପିଚାଇ ‘ଆଲଫାବେଟ’ ସିଇଓ ନିଯୁକ୍ତ

ମଦୁରାଇ ଜନ୍ମିତ ସୁନ୍ଦର ପିଚାଇଙ୍କୁ ଆଲଫାବେଟର ସିଇଓ ଭାବେ ନିଯୁକ୍ତି ମିଳିଛି । ଲାରି ପେଜ ଓ ସେରେଜେ ବ୍ରିନ ନିଜ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଏହି ନିଯୁକ୍ତି ମିଳିଛି ।

sundar pichai
ଫାଇଲ ଫଟୋ

କାଲିଫର୍ଣ୍ଣିଆ: ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଆଲଫାବେଟର ସିଇଓ ଭାବେ ନିଯୁକ୍ତି ମିଳିଛି । ଲାରି ପେଜ ଓ ସେରେଜେ ବ୍ରିନ ଆଲଫାବେଟରୁ ଇସ୍ତଫା ଦେବା ପରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ସେ ଏବେ ଉଭୟ ଗୁଗୁଲ ଓ ଆଲଫାବେଟର ସିଇଓ ଭାବରେ କାର୍ଯ୍ୟ କରିବେ ।

ଚାରି ବର୍ଷର ବ୍ୟବଧାନ ପରେ ଗୁଗୁଲ ନିଜ କମ୍ପାନୀର ସଂରଚନା ପରିବର୍ତ୍ତନ କରିଛି । ଆଲଫାବେଟ 2015 ମସିହାରେ ଆରମ୍ଭ କରାଯାଇଥିଲା । ଗୁଗୁଲର ଏକ ଶାଖା କମ୍ପାନୀ ଭାବରେ କାର୍ଯ୍ୟ କରୁଥିଲା । ଗୁଗୁଲ ସହ ପ୍ରତିଷ୍ଠାତା ଲାରି ପେଜ ଓ ସେରେଜ ବ୍ରିନ ଏହାର ସିଇଓ ଓ ସଭାପତି ଭାବରେ କାର୍ଯ୍ୟ କରୁଥିଲେ ।

ସୁନ୍ଦର ପିଚାଇ ତାମିଲନାଡୁର ମଦୁରାଇରେ 1972ରେ ଜନ୍ମଗ୍ରହଣ କରିଥିଲେ । ସେ ଆଇଆଇଟି ଖଡଗପୁରରୁ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରିଥିଲେ । ସେ 2015 ମସିହାରୁ ଗୁଗୁଲ ସିଇଓ ଭାବରେ କାର୍ଯ୍ୟକରି ଆସୁଛନ୍ତି ।

ABOUT THE AUTHOR

...view details