ହାଇଦ୍ରାବାଦ: ଦୁଇ ଦିନିଆ ଭାରତ ଗସ୍ତ ସାରି ଆମେରିକାରେ ପହଞ୍ଚିସାରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ପହଞ୍ଚିବା ପରେ ଭାରତ ଗସ୍ତକୁ ନେଇ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ଭାରତକୁ ମହାନ କହିବା ସହ ଏହି ଦେଶକୁ ଯାତ୍ରା ସଫଳ ରହିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।
ଗତ 24ରୁ 25 ଫେବୃଆରୀ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଗସ୍ତରେ ଥିଲେ । ତାଙ୍କ ସହ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଓ ଜ୍ବାଇଁ ଜରେଦ ମଧ୍ୟ ଭାରତ ଆସିଥିଲେ । ଭାରତରେ ଦୁଇ ଦିନର ରହଣି ସମୟରେ ଟ୍ରମ୍ପ ପରିବାର ଅହମଦାବାଦ ଗସ୍ତ କରିବା ସହ ଆଗ୍ରାର ତାଜମହଲ ମଧ୍ୟ ପରିଭ୍ରମଣ କରିଥିଲେ ।