ଓଡିଶା

odisha

By

Published : May 18, 2020, 8:43 AM IST

ETV Bharat / international

ଓବାମାଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ, କହିଲେ ସେ ଜଣେ ଅଯୋଗ୍ୟ ରାଷ୍ଟ୍ରପତି

ନିଜେ ସମାଲୋଚିତ ହେବା ପରେ ଏବେ ଓବାମାଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ସେ ଜଣେ ଅଯୋଗ୍ୟ ଓ ଅକ୍ଷମ ରାଷ୍ଟ୍ରପତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଓବାମା ଜଣେ ଅଯୋଗ୍ୟ ରାଷ୍ଟ୍ରପତି: ଟ୍ରମ୍ପ
ଓବାମା ଜଣେ ଅଯୋଗ୍ୟ ରାଷ୍ଟ୍ରପତି: ଟ୍ରମ୍ପ

ୱାଶିଂଟନ: କୋଭିଡ-19 ମୁକାବିଲା ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିକଟରେ ଟ୍ରମ୍ପଙ୍କୁ ସମାଲୋଚନା କରିଥିଲେ । ଯାହାର ପ୍ରତିକ୍ରିୟାରେ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଛନ୍ତି ଟ୍ରମ୍ପ । ହ୍ବାଇଟ ହାଉସରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ ଓବାମା ଜଣେ ଅଯୋଗ୍ୟ ରାଷ୍ଟ୍ରପତି, ଜଣେ ଅକ୍ଷମ ରାଷ୍ଟ୍ରପତି । ମୁଁ କେବଳ ଏତିକି କହିପାରେ ।

ଶନିବାର କୋରୋନା ଭାଇରସରେ ଟ୍ରମ୍ପଙ୍କ ନେତୃତ୍ବକୁ ନେଇ ସମାଲୋଚନା କରିଥିଲେ । ଯୁକ୍ତରାଷ୍ଟ୍ରରେ 74ଟି ଐତିହାସିକ କଳା କଲେଜ ଓ ବିଶ୍ବବିଦ୍ୟାଳୟର ହାଇସ୍କୁଲ ସ୍ନାତକମାନଙ୍କୁ ସମ୍ବୋଧନ କରିବା ସମୟର ସେ ଏହା ଅଭିଭାଷଣ ଦେଇଥିଲେ ।

ଓବାମା ରାଷ୍ଟ୍ରପତି ଟ୍ରମ୍ପଙ୍କ ନା ନେଇ ନଥିଲେ କିନ୍ତୁ ଟ୍ରମ୍ପ ପ୍ରଶାସନର ସମାଲୋଚନା କରିଥିଲେ । ସେ ଦାୟିତ୍ବରେ ରହି ଦାୟିତ୍ବ ତୁଲାଇବା ଭଳି ଅଭିନୟ କରୁଛନ୍ତି ବୋଲି କହିଥିଲେ । ଗତ ମାସରେ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ସହ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଓବାମା କହିଥିଲେ ଯେ ମହାମାରୀ ଦର୍ଶାଇଛି କେଉଁ ନେତାମାନେ ସୂଚନା ପ୍ରାପ୍ତ, ସଚ୍ଚୋଟ ଅଟନ୍ତି ଏବଂ ଲୋକଙ୍କୁ ଏକାଠି କରିବାକୁ ଚେଷ୍ଟା କରନ୍ତି ।

ଏବେ ସୁଦ୍ଧା ଆମେରିକାରେ 1,484,804 କୋରୋନା ମାମଲା ରହିଥିବା ବେଳେ 89,399 ରୁ ଅଧିକଙ୍କ ଜୀବନ ଗଲାଣି । ଏହି ମାରାତ୍ମକ ସଂକ୍ରମଣରେ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ ପାଲଟିଛି ।

ABOUT THE AUTHOR

...view details