ଓଡିଶା

odisha

By

Published : Jul 9, 2021, 1:51 PM IST

ETV Bharat / international

ପ୍ରତି ମିନିଟରେ ଭୋକରେ ଯାଉଛି 11 ଜୀବନ: ରିପୋର୍ଟ

ଦରିଦ୍ର ବିରୋଧୀ ସଂଗଠନ ଅକ୍ସଫାମ ରିପୋର୍ଟ ଅନୁସାରେ ବିଶ୍ବରେ ପ୍ରତି 1 ମିନିଟରେ ଭୋକରେ ଯାଉଛି 11 ଜଣଙ୍କ ଜୀବନ । ଅଧିକ ପଢନ୍ତୁ...

ଆସିଲା Oxfam ରିପୋର୍ଟ, ପ୍ରତି 1 ମିନିଟରେ ଭୋକରେ ଯାଉଛି 11 ଜୀବନ
ଆସିଲା Oxfam ରିପୋର୍ଟ, ପ୍ରତି 1 ମିନିଟରେ ଭୋକରେ ଯାଉଛି 11 ଜୀବନ

କାଇରୋ: ଦରିଦ୍ର ବିରୋଧୀ ସଂଗଠନ ଅକ୍ସଫାମ ରିପୋର୍ଟ ଅନୁସାରେ ବିଶ୍ବରେ ପ୍ରତି 1 ମିନିଟରେ ଭୋକରେ ଯାଉଛି 11 ଜଣଙ୍କ ଜୀବନ । ତେବେ ଏହା ଗତ ବର୍ଷ ତୁଳନାରେ 6 ପ୍ରତିଶତ ବଢିଛି ବୋଲି ସୂଚନା ମିଳିଛି । ଏହାସହିତ କୋଭିଡ ମହାମାରୀ ଯୋଗୁଁ ପ୍ରତି 1 ମିନିଟରେ 7 ଜଣଙ୍କ ଜୀବନ ଯାଉଛି ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି ।

ମହାମାରୀ ପାଇଁ ବିଶ୍ବରେ 155 ମିଲିୟନ ବା 15 କୋଟିରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । ଦେଶ ସାମରିକ ବିବାଦରେ ରହିଥିବାରୁ ଏମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଲୋକ କ୍ଷୁଧା ସମସ୍ୟା ଭୋଗୁଛନ୍ତି ବୋଲି ସୂଚନା ମିଳିଛି ବୋଲି ଆମେରିକା ଅକ୍ସଫାମର ସଭାପତି ଓ ସିଇଓ ଅବି ମ୍ୟାକ୍ସମାନ କହିଛନ୍ତି । ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ ଆମକୁ ପ୍ରତ୍ୟେକ ଲୋକଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ସମୟରେ ମହାମାରୀ ଯୋଗୁଁ ଅର୍ଥନୈତିକ ଅବନତି ଏବଂ କ୍ରମାଗତ ଜଳବାୟୁ ସଙ୍କଟ ଦେଖିବାକୁ ମିଳୁଛି । ଏହି ସମସ୍ୟା ଯୋଗୁଁ 5 ଲକ୍ଷ 20 ହଜାରରୁ ଅଧିକ ଲୋକ ଅନାହାର ଦିଗକୁ ଠେଲି ହୋଇଯାଉଛନ୍ତି ବୋଲି ମ୍ୟାକ୍ସମ୍ୟାନ କହିଛନ୍ତି । ଏହି ରିପୋର୍ଟ ଅନୁସାରେ ବିଶ୍ବରେ ଆଫଗାନିସ୍ତାନ, ଇଥୋପିଆ, ଦକ୍ଷିଣ ସୁଦାନ, ସିରିଆ ଓ ୟେମେନରେ କ୍ଷୁଧା ସମସ୍ୟା ଦେଖିବାକୁ ମିଳିଛି ।

@AP

ABOUT THE AUTHOR

...view details