ଓଡିଶା

odisha

By

Published : Jan 28, 2021, 11:04 AM IST

ETV Bharat / international

ମଧ୍ୟ ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା: ବସ-ଟ୍ରକ ଧକ୍କା, 53 ମୃତ

ମଧ୍ୟ ଆଫ୍ରିକାର କାମେରୁନରେ ଭୟଙ୍କର ଦୁର୍ଘଟଣା । ବସକୁ ଧକ୍କା ଦେଲା ଇନ୍ଧନ ବୋଝେଇ ଟ୍ରକ । ଘଟଣାସ୍ଥଳରେ 53 ମୃତ, 21 ଆହତ ।

ସେଣ୍ଟ୍ରାଲ ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା; ବସ-ଟ୍ରକ ଧକ୍କା, 53 ମୃତ
ସେଣ୍ଟ୍ରାଲ ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା; ବସ-ଟ୍ରକ ଧକ୍କା, 53 ମୃତ

ୟାଉଣ୍ଡେ: ବସ୍‌କୁ ଧକ୍କା ଦେଲା ଇନ୍ଧନ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଅତି କମ୍‌ରେ 53 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 21 ଜଣ ଆହତ ହୋଇଛନ୍ତି । ମଧ୍ୟ ଆଫ୍ରିକାର କାମେରୁନରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।

ସୂଚନାନୁଯାୟୀ, କାମେରୁନର ପଶ୍ଚିମାଞ୍ଚଳରେ 72 ସିଟ୍‌ ବିଶିଷ୍ଟ ଏକ ବସକୁ ଧକ୍କା ଦେଇଥିଲା ଟ୍ରକ । ଟ୍ରକଟି ବେଆଇନ ଭାବେ ଇନ୍ଧନ ନେଇ ଯାଉଥିବାବେଳେ ବସଟିକୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗିଯାଇଥିଲା । ଯେଉଁଥିପାଇଁ ଘଟଣାସ୍ଥଳରେ ହିଁ 53 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ABOUT THE AUTHOR

...view details