ଓଡିଶା

odisha

By

Published : Apr 11, 2023, 2:21 PM IST

ETV Bharat / entertainment

ରିୟା ଚକ୍ରବର୍ତ୍ତୀଙ୍କ ପ୍ରତ୍ୟାବର୍ତ୍ତନରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଖପ୍ପା, କହିଲେ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିବାଦରେ ଛନ୍ଦି ହୋଇଥିବା ରିୟା ଚକ୍ରବର୍ତ୍ତୀ ତିନି ବର୍ଷ ପରେ MTV ରୋଡିଜ୍ ସହିତ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହି ଶୋ’ର ରିୟା ଏକ ପ୍ରୋମୋ ସେୟାର କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ରିୟାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ରିୟା ଚକ୍ରବର୍ତ୍ତୀଙ୍କ ପ୍ରତ୍ୟାବର୍ତ୍ତନରେ ଖପ୍ପା ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ
ରିୟା ଚକ୍ରବର୍ତ୍ତୀଙ୍କ ପ୍ରତ୍ୟାବର୍ତ୍ତନରେ ଖପ୍ପା ହେଲେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃ୍ତ୍ୟୁ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ 3 ବର୍ଷ ପରେ ପୁଣି ଇଣ୍ଡଷ୍ଟ୍ରିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ରିୟାଙ୍କୁ MTV ରୋଡିଜ୍ 19ରେ ଗ୍ୟାଙ୍ଗର ଲିଡର ଭାବରେ ଦେଖିବାକୁ ମିଳିବ । ଏନେଇ ଏହି ଶୋ’ର ରିୟାଙ୍କର ଏକ ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି । ଏହି ପ୍ରୋମୋରେ ରିୟାଙ୍କୁ ଦମଦାର ଡାଇଲଗ ସହ ଡେରିଂ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହାକୁ ଅଭିନେତ୍ରୀଙ୍କ ପ୍ରଶଂସକମାନେ ପସନ୍ଦ କରୁଥିବାବେଳେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ଏହାକୁ ହଜମ କରିପାରିନାହାନ୍ତି । ଏଥିସହିତ, ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ମଧ୍ୟ ରିୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଖପ୍ପା ହୋଇଥିବା ଦେଖିବାକୁ ମିଳିଛି ।

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ MTV ରୋଡିଜ୍‌ ପ୍ରୋମରେ ରିୟା ଚକ୍ରବର୍ତ୍ତୀଙ୍କୁ ଦେଖି କଡ଼ା ଭାଷାରେ ମନ୍ତବ୍ୟ ଦେଇଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କା ରିୟାଙ୍କୁ ନେଇ ସମାଲୋଚନା କରିଥିବା ନଜର ଆସିଛି । ଯାହାକୁ ଅନେକ ଫ୍ୟାନ୍ସ ଲାଇକ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ରିୟାଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମାଲୋଚନା କଲେ ସୁଶାନ୍ତ ସିଂଙ୍କ ଭଉଣୀ ପ୍ରିୟଙ୍କା ସିଂ

MTV ରୋଡିଜ୍‌ ପ୍ରୋମରେ ରିୟା କହିଛନ୍ତି, "ତୁମେ କ’ଣ ଭାବିଲ ଯେ ମୁଁ ଫେରି ଆସିବି ନାହିଁ, ମୁଁ ଭୟଭୀତ ହେବି, ଭୟଭୀତ ହେବେ ଏବେ ଅନ୍ୟମାନେ, ଦେଖାହେବ ଅଡିସନରେ..." ରିୟାଙ୍କର ଏହି ପ୍ରୋମୋ ଭିଡିଓକୁ ନେଇ ସୁଶାନ୍ତଙ୍କ ଭଉଣୀ ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି,"ତୁମେ କାହିଁକି ଭୟ କରିବ ? ତୁମେ ଅଦରକାରୀ ଥିଲ ଏବଂ ଅଦରକାରୀ ହେବ, ପ୍ରଶ୍ନ ହେଉଛି ତୁମକୁ କିଏ ବ୍ୟବହାର କରୁଛି ? ସେହି ଲିଡର କିଏ ?" ସମସ୍ତେ ଜାଣନ୍ତି SSR ମାମଲାରେ ବିଳମ୍ବ ହେବାର କାରଣ କିଏ'? ଏହିଭଳି କଡା ଭାଷାରେ ରିୟାଙ୍କୁ ସମାଲୋଚନା କରିଛନ୍ତି ପ୍ରିୟଙ୍କା।

ତେବେ ଅନେକ ସେଲିବ୍ରିଟି ଏବଂ ରିୟାଙ୍କ ପ୍ରଶଂସକମାନେ ରିୟାଙ୍କ ପ୍ରତ୍ୟାବର୍ତ୍ତନକୁ ପସନ୍ଦ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଏହାରି ମଧ୍ୟରେ ଶୋ’ରେ ରିୟାଙ୍କୁ ନେଇ କିଛି ଫ୍ୟାନ୍ସ ନିର୍ମାତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିକ୍ରିୟାରେ ରିୟା ଶୋ’କୁ ଆସିଲେ ଶୋ' ଫ୍ଲପ୍ ହେବ ଗ୍ୟାରେଣ୍ଟି ବୋଲି କହିଛନ୍ତି । ଅନ୍ୟ କେତେ ଫ୍ୟାନ୍ସ କହିଛନ୍ତି ଶୋ'କୁ ବିବାଦୀୟ କରିବା ପାଇଁ ନିର୍ମାତାମାନେ ରିୟାଙ୍କୁ ଶୋ'ରେ ନେଇଛନ୍ତି । ସେହିପରି ଅନ୍ୟ କିଛି ଫ୍ୟାନ୍ସ କହିଛନ୍ତି ଯେ, ଏହି ସିଜନକୁ ଆଉ କେହି ଦେଖିବେ ନାହିଁ ।

ସୂଚନା ଥାଉ କି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ତିନି ବର୍ଷ ବିତିଗଲାଣି । ବିହାର ପୋଲିସଠାରୁ ଇଡି ଏବଂ ସିବିଆଇ ଏବଂ ଏନସିବି ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ସଠିକ୍ ନିଷ୍ପତ୍ତି ହୋଇନାହିଁ । ତେବେ ଏହି ମାମଲା ପରେ ରିୟା କେବଳ ଗୋଟିଏ ଫିଲ୍ମ 'ଚେହେରେ'ରେ ନଜର ଆସିଥିଲେ ।

ABOUT THE AUTHOR

...view details