ଓଡିଶା

odisha

By

Published : Apr 20, 2023, 1:12 PM IST

ETV Bharat / entertainment

ପରଲୋକରେ ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରା

ବଲିଉଡ ଭେଟେରାନ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କ ଦେହାନ୍ତ ହୋଇଛି । ପାମେଲା 85 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ଶୁଣି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Yash Chopras Wife Pamela Chopra
Yash Chopras Wife Pamela Chopra

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଦିବଙ୍ଗତ ନିର୍ଦ୍ଦେଶକ ୟଶ ଚୋପ୍ରା 11 ବର୍ଷ ପୂର୍ବେ 2012 ମସିହାରେ ଆରପାରିକୁ ଚାଲିଯାଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କ ମୃତ୍ୟୁର ଦୁଃଖଦ ଖବର ଆସିଛି । ଆଜି ସକାଳେ ପାମେଲା ଚୋପ୍ରା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା । ପାମଲା ନିମୋନିଆରେ ଆକ୍ରାନ୍ତ ଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇନଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ପରେ ଦିନ 11ଟାରେ ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସୂଚନା ଅନୁଯାୟୀ, ପାମେଲା ନିମୋନିଆରେ ଆକ୍ରାନ୍ତ ଥିଲେ । ଏଥିପାଇଁ ତାଙ୍କୁ ଗତ 15 ଦିନ ଧରି ମୁମ୍ବାଇର ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇନଥିଲା । ୟଶ ରାଜ ଫିଲ୍ମସ୍ ପକ୍ଷରୁ ଏକ ପୋଷ୍ଟ ସେୟାର କରି ପାମେଲା ଚୋପ୍ରାଙ୍କ ଦେହାନ୍ତ ଖବରର ସୂଚନା ଦିଆଯାଇଛି ।

ଏହି ପୋଷ୍ଟରେ ଲେଖାଅଛି ଯେ, “ଚୋପ୍ରା ପରିବାର ଏହା ସୂଚନା ଦେବାକୁ ଚାହାଁନ୍ତି ଯେ 74 ବର୍ଷର ପାମେଲା ଚୋପ୍ରାଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । ଆଜି ସକାଳ 11 ଟାରେ ମୁମ୍ବାଇରେ ପାମେଲାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ।" ତେବେ ଏହି ଖବର ଶୁଣି ଅନେକ ସେଲିବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୂଚନା ଥାଉ କି, ପାମେଲା ଚୋପ୍ରା ଜଣେ ଜଣାଶୁଣା ଭାରତୀୟ ପ୍ଲେକ୍ ଗାୟକ ଥିଲେ । ଏହାସହ ସେ ଜଣେ ଚଳଚ୍ଚିତ୍ର ଲେଖକ ଏବଂ ନିର୍ମାତା ମଧ୍ୟ ଥିଲେ । ପାମେଲା ଏବଂ ଯଶଙ୍କର ଦୁଇ ପୁଅ ଅଛନ୍ତି, ଆଦିତ୍ୟ ଚୋପ୍ରା ଏବଂ ଉଦୟ ଚୋପ୍ରା, ଯେଉଁମାନେ ଯଶ ରାଜ ପରିବାରର ଚଳଚ୍ଚିତ୍ର ବ୍ୟବସାୟ ପରିଚାଳନା କରନ୍ତି । ଏବଂ 2012 ମସିହାରେ ୟଶ ଚୋପ୍ରା ଡେଙ୍ଗୁରେ ମୃତ୍ୟୁବରଣ କରିଥିଲେ । ଏଥିସହ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ହେଉଛନ୍ତି ତାଙ୍କ ଘରର ବଡ ବୋହୂ । ରାଣୀ ପାମେଲାଙ୍କ ବଡ ପୁଅ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି । ଏଥିସହିତ ପାମେଲାଙ୍କ ସାନ ପୁଅ ଉଦୟ ଚୋପ୍ରା ଏ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ।

ପାମେଲାଙ୍କୁ ଶେଷ ଥର ପାଇଁ YRF ଡକ୍ୟୁମେଣ୍ଟାରୀ ଦି ରୋମାଣ୍ଟିକ୍ସରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସେ ତାଙ୍କ ସ୍ୱାମୀ ଯଶ ଚୋପ୍ରାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ କିଛି କଥା କହିଥିଲେ । ପାମେଲା ନିଜ ସ୍ୱାମୀ ୟଶ ଚୋପ୍ରାଙ୍କ ଅନେକ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ଯେଉଁଥିରେ 1976 ମସିହାରେ ନିର୍ମିତ କବି କବି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।

ଏଥିସହିତ ପାମେଲା ଶେଷ ଥର ପାଇଁ ୟଶ ରାଜ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ମୁଜସେ ଦୋସ୍ତି କରୋଗି (2002) ପାଇଁ ଗୀତ ଗାଇଥିଲେ । ଏଥିସହ ପାମେଲା ତାଙ୍କ ସ୍ୱାମୀ ୟଶ ଚୋପ୍ରା, ପୁଅ ଆଦିତ୍ୟ ଚୋପ୍ରା ଏବଂ ବୃତ୍ତିଗତ ଲେଖକ ତନୁଜା ଚନ୍ଦ୍ରଙ୍କ ସହ 1997 ମସିହାରେ ଚଳଚ୍ଚିତ୍ର ଦିଲ୍ ତୋ ପାଗଲ୍ ହେର ସ୍କ୍ରିପ୍ଟ ଲେଖିଥିଲେ । ସେ ଥରେ ମାତ୍ର ପରଦାରେ ନଜର ଆସିଛନ୍ତି । ଏହା ଫିଲ୍ମ ଦିଲ୍ ତୋ ପାଗଲ ହେର 'ଏକ ଦୁଜେ କେ ବାସତେ' ଗୀତରେ ସ୍ବାମୀଙ୍କ ସହ ନଜର ଆସିଥିଲେ ।

ABOUT THE AUTHOR

...view details