ଓଡିଶା

odisha

By

Published : May 8, 2023, 12:26 PM IST

ETV Bharat / entertainment

ଲାଲ ସଲାମରୁ ରଜନୀକାନ୍ତ ପ୍ରଥମ ଲୁକ ଆଉଟ, ଝିଅ ନିର୍ଦ୍ଦେଶନା ଫିଲ୍ମରେ ଟ୍ରୋଲ ହେଲେ ବାପା

ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଝିଅଙ୍କ ଫିଲ୍ମ 'ଲାଲ ସଲାମ'ରେ ନଜର ଆସିବାକୁ ଯାଉଛନ୍ତି । ଆଜି ଏହି ଫିଲ୍ମରୁ ରଜନାକାନ୍ତଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଛି । ତେବେ ଏନେଇ ଅଭିନେତା ଏବଂ ତାଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବହୁତ ଟ୍ରୋଲ କରାଯାଉଛି । ଅଧିକ ପଢନ୍ତୁ

'ଲାଲ ସଲାମ'ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ ରିଲିଜ, ଫ୍ୟାନ୍ସ କଲେ ଟ୍ରୋଲ
'ଲାଲ ସଲାମ'ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ ରିଲିଜ, ଫ୍ୟାନ୍ସ କଲେ ଟ୍ରୋଲ

ହାଇଦ୍ରାବାଦ: ସାଉଥ ସିନେମାରେ 'ଥଲାଇଭା' ଭାବରେ ଜଣାଶୁଣା ସୁପରଷ୍ଟାର ରଜନୀକାନ୍ତ ପ୍ରାୟତଃ ହେଡଲାଇନରେ ରହିଥାନ୍ତି । ବୟସ ବଢିବା ପରେ ମଧ୍ୟ ପ୍ରଶଂସକମାନେ ଅଭିନେତାଙ୍କୁ ପରଦାରେ ନୂଆ ଫିଲ୍ମରେ ଆକ୍ସନ୍ କରୁଥିବା ଦେଖିବାକୁ ପସନ୍ଦ କରନ୍ତି । ତାଙ୍କର ଫିଲ୍ମ ପ୍ରଶଂସକଙ୍କ ପାଇଁ ଏକ ଟ୍ରିଟ୍ ଠାରୁ କମ୍ ନୁହେଁ । ରଜନୀକାନ୍ତଙ୍କ ପ୍ରତ୍ୟେକ ଅଭିନୟ ଶୈଳୀ ଏବଂ ଡାଇଲଗକୁ ନେଇ ପ୍ରଶଂସକ ତାଙ୍କ ପାଇଁ ଦିୱାନା ହୋଇଯାନ୍ତି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ନିଜ ଝିଅ ଐଶ୍ୱର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାଲ ସଲାମ'କୁ ନେଇ ଚର୍ଚ୍ଚାରେ ରଜନୀକାନ୍ତ । ଆଜି ଫିଲ୍ମରୁ ତାଙ୍କ ପ୍ରଥମ ଲୁକ ରିଲିଜ କରାଯାଇଥିବା ବେଳେ ଏହାକୁ ନେଇ ରଜନୀକାନ୍ତ ଏବଂ ତାଙ୍କ ଝିଅଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।

ମଧ୍ୟରାତ୍ରିରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ସେୟାର କରି ଐଶ୍ୱର୍ଯ୍ୟା ରଜନୀକାନ୍ତ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ମୋଇଦ୍ଦିନ ଭୋଇ ... ସ୍ୱାଗତ! 'ଲାଲ ସଲାମ' ଫିଲ୍ମରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଥିବା ବେଳେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ରଜନୀକାନ୍ତ ଲୁକକୁ ନେଇ ଖୁବ ଟ୍ରୋଲ କରାଯାଉଛି । ରଜନୀକାନ୍ତଙ୍କ ପ୍ରଶଂସକମାନେ ତାଙ୍କର ଏହି ଚରିତ୍ରକୁ ପସନ୍ଦ କରିନାହାନ୍ତି ଏବଂ ସେମାନେ ଏଥିପାଇଁ ତାଙ୍କ ଝିଅକୁ ଟାର୍ଗେଟ ମଧ୍ୟ କରିଛନ୍ତି ।

ସୂଚନା ଥାଉ କି, ଐଶ୍ୱର୍ଯ୍ୟା ରଜନୀକାନ୍ତ ଫିଲ୍ମ 'ଲାଲ ସଲାମ'ର ନିର୍ଦ୍ଦେଶନା ଦେଉଥିବାବେଳେ ବିଷ୍ଣୁ ବିଶାଲ ଏବଂ ବିକାଶ ମୁଖ୍ୟ ଭୂମିକାରେ ନଜର ଆସିବେ । ଝିଅର ଫିଲ୍ମରେ ରଜନୀକାନ୍ତଙ୍କର ଏକ କେମିଓ ରୋଲରେ ନଜର ଆସିବେ । ଏହି ଫିଲ୍ମରେ ସେ ଜଣେ ମୁସଲମାନ ଚରିତ୍ରରେ (ମୋଇଦ୍ଦିନ ଭାଇ) ନଜର ଆସିଛନ୍ତି । ଏହି ସିନେମାରେ ଏ ଆର୍ ରହମାନ ସଙ୍ଗୀତ ଦେଉଥିବାବେଳେ ଏହାର ସିନେମାଟୋଗ୍ରାଫର ବିଷ୍ଣୁ ରଙ୍ଗସାମି କରୁଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଶେଷ ସୁଦ୍ଧା ରିଲିଜ କରିବ ବୋଲି କୁହାଯାଉଛି ।

ସେପଟେ ମୁମ୍ବାଇ ବିମାନବନ୍ଦରରୁ ରଜନୀକାନ୍ତଙ୍କ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତାଙ୍କୁ ନୀଳ ଟି-ସାର୍ଟ, ଧୂସର ରଙ୍ଗର ଟାଉଜରରେ ଦେଖିବାକୁ ମିଳିଥିଲା । ରଜନୀଙ୍କ ଏହି ସିମ୍ପୁଲ ଲୁକକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତିି । ଜଣେ ଫ୍ୟାନ୍ସ ଲେଖିଛନ୍ତି, 'ସେ ଜଣେ ସୁପରଷ୍ଟାର, ତଥାପି ସେ ତାଙ୍କ କାମରେ ଲାଗିଛନ୍ତି । କୌଣସି ଦାମୀ କାର ନାହିଁ, ଷ୍ଟାଇଲିସ୍ ପୋଷାକ ନାହିଁ । କୌଣସି ଅହଂକାର କିମ୍ବା ମନୋଭାବ ନାହିଁ । ଅନ୍ୟ ଜଣେ ଲେଖିଛନ୍ତି, 72 ବର୍ଷ ବୟସରେ ମଧ୍ୟ ତାଙ୍କ କାମ ପ୍ରେରଣାଦାୟକ ଅଟେ।

ରଜନୀକାନ୍ତଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଭିନେତାଙ୍କୁ ଶେଷ ଥର ପାଇଁ 'ଆନ୍ନାଥେ'ରେ ଦେଖିବାକୁ ମିଳିଥିଲା । ଏଥି ସହିତ ରଜନୀକାନ୍ତ ବର୍ତ୍ତମାନ ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ 'ଜେଲର'ରେ କାମ କରୁଛନ୍ତି, ଯେଉଁଥିରେ ତମନ୍ନା ଭାଟିଆ ତାଙ୍କ ସହ ନଜର ଆସିବେ ।

ABOUT THE AUTHOR

...view details