ଓଡିଶା

odisha

By ETV Bharat Odisha Team

Published : Sep 13, 2023, 2:08 PM IST

ETV Bharat / entertainment

Katrina Kaif: ଏୟାରପୋର୍ଟରେ କ୍ୟାଟ୍ରିନାଙ୍କ ଦେଶୀ ଲୁକ, ଫ୍ୟାନ୍ସ କହିଲେ ଏମିତି

ବିମାନବନ୍ଦରରେ ଦେଶୀ ଲୁକରେ ନଜର ଆସିଛନ୍ତି କ୍ୟାଟ୍ରିନା କୈଫ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏନେଇ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ଏୟାରପୋର୍ଟରେ ସାଲୱାର ସୁଟରେ ନଜର ଆସିଲେ କ୍ୟାଟ୍ରିନା, ଲୁକ ଦେଖି ଫ୍ୟାନ୍ସ କହିଲେ ଏମିତି
ଏୟାରପୋର୍ଟରେ ସାଲୱାର ସୁଟରେ ନଜର ଆସିଲେ କ୍ୟାଟ୍ରିନା, ଲୁକ ଦେଖି ଫ୍ୟାନ୍ସ କହିଲେ ଏମିତି

ହାଇଦ୍ରାବାଦ: ଟପ୍ ସେଲିବ୍ରଟିଙ୍କ ତାଲିକାରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଅନ୍ୟତମ । ଅଭିନୟ ବ୍ୟତୀତ ସବୁବେଳେ ତାଙ୍କ ସିମ୍ପଲ ଲୁକରେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି । ବର୍ତ୍ତମାନ କ୍ୟାଟ୍ରିନା ଟାଇଗର 3 ପାଇଁ ଚର୍ଚ୍ଚାରେ ଥିବା ବେଳେ ଆଜି ଅଭିନେତ୍ରୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏହି ସମୟରେ ସେ ଦେଶୀ ଲୁକରେ ନଜର ଆସିଥିବା ବେଳେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ୟେଲୋ ସାଲୱାର ସୁଟରେ ଦେଖିବାକୁ ମିଳିଛି । ଏଥିସହ କ୍ୟାଟ୍ରିନା ୟେଲୋ ଜୋତା ଏବଂ ବ୍ଲାକ ଗଗଲ୍ସରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଅଭିନେତ୍ରୀଙ୍କ ଦେଶୀ ଲୁକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ କ୍ୟାଟ୍ରିନାଙ୍କୁ ଲୁକକୁ ପ୍ରଶଂସା କରି ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି ।

ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ୍ସ ଲେଖିଛନ୍ତି, ସେ ସର୍ବଦା ସରଳ ଏବଂ ସୁନ୍ଦର ପୋଷାକ ପିନ୍ଧନ୍ତି ମୋତ ଏହା ବହୁତ ଭଲ ଲାଗେ । ସେ ବଲିଉଡର କଠିନ ପରିଶ୍ରମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ସେ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏ ଅଳଙ୍କାର ବିନା ସୁନ୍ଦର ଦେଖାଯାଆନ୍ତି । ଆଉ ଜଣେ ଲେଖିଛନ୍ତି, ବର୍ତ୍ତମାନ ତୁମର ଏକ ସନ୍ତାନ ହେବା ଉଚିତ୍।

କ୍ୟାଟ୍ରିନା କୈଫଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କ୍ୟାଟ୍ରିନାଙ୍କୁ ଆଗାମୀ ଫିଲ୍ମ 'ଟାଇଗର 3'ରେ ଦେଖିବାକୁ ମିଳିବ । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡି ପୁଣି ଥରେ ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ଦିପାବଳୀରେ ମୁକ୍ତିଲାଭ କରିବ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ଏହାସହ କ୍ୟାଟ୍ରିନା ବିଜୟ ସେଥୁପଥିଙ୍କ ସହ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ'ରେ ନଜର ଆସିବେ । ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ'ର ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:କ୍ୟାଟ୍ରିନା କୈଫଙ୍କ ସହ ସମ୍ପର୍କକୁ ନେଇ ବିକିଙ୍କ ଖୁଲାସା, ଏମିତି କ୍ୟାଟ୍ରିନାଙ୍କ ପ୍ରେମରେ ପଡିଥିଲେ

କ୍ୟାଟ୍ରିନା କୈଫ ଏବଂ ଶ୍ରୀରାମ ରାଘବନଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର 'ମେରୀ ଖ୍ରୀଷ୍ଟମାସ '। ବିଜୟଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କ୍ୟାଟ୍ରିନା । ଏହି ଫିଲ୍ମକୁ ହିନ୍ଦୀ ଏବଂ ତାମିଲରେ ଏକକାଳୀନ ସୁଟିଂ କରାଯାଇଛି । ତେବେ ଏହି ଫିଲ୍ମ ଡିସେମ୍ବର 15ରେ ରିଲିଜ ହେବ । କ୍ୟାଟ୍ରିନା ଏବଂ ସେଥୁପଥୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ହିନ୍ଦୀ ସଂସ୍କରଣରେ ସଞ୍ଜୟ କପୁର, ବିନୟ ପାଠକ, ପ୍ରତୀମା କନ୍ନନ ଏବଂ ଟିନୁ ଆନନ୍ଦ ନଜର ଆସିବାକୁ ଥିବା ବେଳେ ତାମିଲ ସଂସ୍କରଣରେ ରାଧିକା ସରତକୁମାର, ଶାନମୁଗାରାଜା, କେଭିନ ଜୟ ବାବୁ ଏବଂ ରାଜେଶ ୱିଲିୟମ୍ସ ପ୍ରମୁଖ ଅଭିନୟ କରିଛନ୍ତି ।

ABOUT THE AUTHOR

...view details