ହାଇଦ୍ରାବାଦ:କରଣ ଜୋହରଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ବକ୍ସ ଅଫିସରେ ଧମାକା କରୁଛି । ରକି ଏବଂ ରାନୀଙ୍କ ଲଭଷ୍ଟୋରୀ ଫିଲ୍ମ ରିଲିଜ୍ ହେବାର 9 ଦିନ ବିତିଗଲାଣି । ତଥାପି କମିନି ଫିଲ୍ମର କ୍ରେଜ । ଦ୍ବିତୀୟ ସପ୍ତାହରେ ପ୍ରଥମ କିଛି ଦିନ ଫିଲ୍ମ ଆୟରେ ହ୍ରାସ ଘଟିଥିବା ବେଳେ 9ମ ଦିନରେ ବ୍ୟବସାୟରେ 70% ରୁ ଅଧିକ ବୃଦ୍ଧି ପାଇଛି । ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଖୁବଶୀଘ୍ର 100କୋଟି ଆୟ କରିବାକୁ ଯାଉଛି । ଯାହା ପଠାନ ପରେ ଫିଲ୍ମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ରକି ଔର ରାନୀ କି ପ୍ରେମ କାହାନୀ ଜୁଲାଇ 28ରେ ରିଲିଜ ହୋଇଥିଲା । ଫିଲ୍ମର ଓପନିଂ ଦମଦାର ରହିଥିଲା । ଏପରିକି ଓପନିଂ ସପ୍ତାହ ମଧ୍ୟ ଭଲ ରହିଥିଲା । ଦ୍ବିତୀୟ ସପ୍ତାହରେ ଫିଲ୍ମର ଆୟରେ ହ୍ରାସ ଘଟିଥିଲା । କିନ୍ତୁ 9ମ ଦିନରେ ଫଇଲ୍ମ ପୁଣି ବମ୍ପ କଲେକ୍ସନ କରିବାରେ ସଫଳ ହୋଇଛି । 9ମ ଦିନରେ ଅର୍ଥାତ ଦ୍ବିତୀୟ ଶନିବାରରେ 11.50 କୋଟି ରୋଜଗାର କରିଛି, ଯାହା ପରେ ଫିଲ୍ମର ମୋଟ ସଂଗ୍ରହ 90.58 କୋଟି ପର୍ଯ୍ୟନ୍ତ ପହଞ୍ଚିଛି । ରକି ଔର ରାନି କି ପ୍ରେମ କାହାନୀଙ୍କ ବକ୍ସ ଅଫିସ୍ ସଂଗ୍ରହ 9ମ ଦିନରେ 70.3% ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ବିଶ୍ବର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଫିଲ୍ମ 146.5 କୋଟି ରୋଜଗାର କରିଛି । 160 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି ଖୁବଶୀଘ୍ର ତା ବଜେଟ ମୂଲ୍ୟ ବାହାର କରିବାରେ ସଫଳ ହେବ ବୋଲି କୁହାଯାଉଛି ।