ହାଇଦ୍ରାବାଦ:ପୁଣି ନିଜ ମନ୍ତବ୍ୟକୁ ନେଇ ବିବାଦରେ ଲୋକପ୍ରିୟ ଅଭିନେତ୍ରୀ କାଜୋଲ ଦେବଗନ । ଅନେକ ସମୟରେ କାଜୋଲ ନିଜ ମନ୍ତବ୍ୟକୁ ନେଇ ଟ୍ରୋଲ ହେଉଥିବା ବେଳେ ଏବେ ସେ ଶାହାରୁଖଙ୍କ ଫ୍ୟାନ୍ସଙ୍କୁ କରି ଦେଇଛନ୍ତି ଖପ୍ପା । ଶାହାରୁଖଙ୍କ ପଠାନ ଫିଲ୍ମର ବକ୍ସ ଅଫିସ କଲେକ୍ସନକୁ ନେଇ ଏକ ମନ୍ତବ୍ୟ ଦେବା ପରେ ସେ ସିଧାସଳଖ ଟ୍ରୋଲରଙ୍କ ନିଶାନାକୁ ଆସି ଯାଇଛନ୍ତି । କାଜୋଲଙ୍କ ନୂଆ ୱେବ ସିରିଜ ‘ଦି ଟ୍ରାଏଲ’ର ଏକ ପ୍ରମୋସନାଲ୍ ଭିଡିଓର ଏକ କ୍ଲିପ୍ ସୋସିଆଲ ମିଡିଆ ସାଇଟରେ ଏବେ ବେଶ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
କାଜୋଲଙ୍କ ପ୍ରମୋସନାଲ୍ ଇଣ୍ଟରଭ୍ୟୁ ଦି ଟ୍ରାଏଲରେ ଯେତେବେଳେ ହୋଷ୍ଟ ତାଙ୍କୁ ଶାହାରୁଖଙ୍କୁ କେଉଁ ଗୋଟିଏ କଥା ସେ ପଚାରିବାକୁ ଚାହାନ୍ତି ବୋଲି ପଚାରିଥିଲେ । କାଜୋଲ ଉତ୍ତର ଦେଇ କହିଥିଲେ ମୁଁ ତାଙ୍କୁ କ’ଣ ପଚାରିବି ? ବହୁତ ସମୟ ଭାବିବା ପରେ ସେ କହିଥିଲେ "ପ୍ରକୃତରେ ପଠାନ କେତେ ରୋଜଗାର କରିଥିଲା ?" ଏହାପରେ କାଜୋଲ ହସିବା ସହ ଭିଡିଓଟି ଶେଷ ହୋଇଯାଥିଲା । ଶାହାରୁଖଙ୍କ ପ୍ରତି କାଜୋଲଙ୍କ ଏମିତି ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଫ୍ୟାନ୍ସ । ଶାହାରୁଖ ଓ କାଜୋଲଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲେ ସୁଦ୍ଧା ତାତ୍ସଲ୍ୟ କରିବା ଅତ୍ୟନ୍ତ ନିନ୍ଦାଜନକ କଥା ବୋଲି ଶାହାରୁଖଙ୍କ ଫ୍ୟାନ୍ସ ଟ୍ବିଟ୍ କରି କହିଛନ୍ତି । ସୋସିଆଲ ମିଡିଆ ସାଇଟରେ କିଛି ୟୁଜର କହିଛନ୍ତି କାଜୋଲଙ୍କୁ ପଠାନର ବକ୍ସ ଅଫିସ କଲେକ୍ସନ ଉପରେ ଭରସା ନାହିଁ ? ପଠାନ ମିଛ ବକ୍ସ ଅଫିସ କଲେକ୍ସନ ଦେଖାଉଥିବା କାଜୋଲ ଇଙ୍ଗିତ ଦେଇଛନ୍ତି ।