ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିଅର ଏନଟିଆର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଓସ୍କାର ବିଜେତା ଫିଲ୍ମ RRRର ମୁଖ୍ୟ ଅଭିନେତା ଜୁନିଅର NTR ଫିଲ୍ମର ଐତିହାସିକ ସଫଳତା ପରେ ଖୁବ ଚର୍ଚ୍ଚାରେ ରହିଆସୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଅଭିନେତା OTTରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏକ ଟକ୍ ଶୋ' ହୋଷ୍ଟ୍ କରିବାକୁ ଏକ OTT ପ୍ଲାଟଫର୍ମ ତାଙ୍କୁ ଅଫର ଦେଇଛି । ଏହି ଖୁସି ଖବର ଶୁଣି ଜୁନିଅର ଏନଟିଆର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । OTT ପରଦାରେ ନିଜ ପ୍ରିୟ ଷ୍ଟାର ଜୁନିଅର NTRଙ୍କୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ସୂଚନା ଥାଉ କି, ଜୁନିଅର NTR ଟିଭି ରିଆଲିଟି ଶୋ' ତେଲୁଗୁ ବିଗ୍ ବସ୍ ସିଜିନ 1 ହୋଷ୍ଟ୍ କରିଥିଲେ । ଯାହା ସୁପରହିଟ୍ ହୋଇଥିଲା । ଏବେ କୁହାଯାଉଛି ଯେ ସେ OTT ଡେବ୍ୟୁ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଟେଲିଭିଜନ ନେଟୱାର୍କ୍ ଇଟିଭି ଏକ ଟକ୍ ଶୋ' ପାଇଁ ତାଙ୍କୁ ଅଫର୍ ଦେଇଛି । ଚ୍ୟାନେଲଟି OTT ପ୍ଲାଟଫର୍ମରେ ଏକ ଗ୍ରାଣ୍ଡ ଟକ୍ ଶୋ' ଚଳାଇବାକୁ ଚାହୁଁଛି । ଜୁନିଅର ଏନଟିଆର ଶୋ' ହୋଷ୍ଟ କଲେ ଏହା ସୁପରହିଟ୍ ହେବା ନେଇ ଆଯାୟୀ ଅଛନ୍ତି ଶୋ' ନିର୍ମାତା । କିନ୍ତୁ ଶୋ' ନିର୍ମାତାମାନେ ଏହି ଖବରକୁ ନେଇ କୌଣସି ଅଫିସିଆଲ ଘୋଷଣା କରି ନାହାନ୍ତି ।