ଓଡିଶା

odisha

By ETV Bharat Odisha Team

Published : Dec 5, 2023, 8:43 PM IST

ETV Bharat / entertainment

Fighter: ଦୀପିକାଙ୍କ ପ୍ରଥମ ଲୁକ୍ ଆଉଟ୍, ପାଇଲଟ ଭୂମିକାରେ ଆସିଲେ ନଜର

Fighter Deepika Padukone First Look: 2024 ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଫାଇଟର' କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମର ମୁଖ୍ୟ ଅଭିନେତା ହ୍ରିତିକ ରୋଶନଙ୍କ ପ୍ରଥମ ଲୁକ୍ ସେୟାର କରିବା ପରେ ଏବେ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ ରିଲିଜ ହୋଇଛି । ଅଧିକ ପଢନ୍ତୁ,

Fighter: ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ଆଉଟ୍, ପାଇଲଟ ଭୂମିକାରେ ଆସିଲେ ନଜର
Fighter: ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ଆଉଟ୍, ପାଇଲଟ ଭୂମିକାରେ ଆସିଲେ ନଜର

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ 2023 ମସିହାରେ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର 'ପଠାନ' ଏବଂ 'ଜବାନ' ସହ ବେଶ ସଫଳତା ହାସଲ କରିଛନ୍ତି । ଉଭୟ ଫିଲ୍ମ ହିଟ ହୋଇଥିବା ବେଳେ ଫିଲ୍ମରେ ତାଙ୍କ ଅଭିନୟ ପାଇଁ ସେ ବେଶ ପ୍ରଶଂସା ସାଉଁଟିଥିଲେ । ଶାହାରୁଖ ଖାନଙ୍କ ସହ ଆକ୍ସନ ମୋଡରେ ଦେଖାଦେଇଥିବା ଦୀପିକା ପୁଣି ଥରେ ଏକ ଭିନ୍ନ ଅବତାରରେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଦୀପିକା ଆଗାମୀ ଫିଲ୍ମ 'ଫାଇଟର' ସହ ପରଦାକୁ ଫେରୁଛନ୍ତି । ବର୍ତ୍ତମାନ ନିର୍ମାତା ଫିଲ୍ମରୁ ପ୍ରଥମ ଲୁକ ରିଲିଜ କରିଛନ୍ତି ।

'ଫାଇଟର୍'ରୁ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ସେୟାର କରାଯାଇଛି । ଏବଂ ତାଙ୍କ ଚରିତ୍ରର ମଧ୍ୟ ଖୁଲାସା କରାଯାଇଛି । ଦୀପିକା ନିଜ ଇନଷ୍ଟାଗ୍ରାମରେ ନିଜ ପ୍ରଥମ ଲୁକ ସେୟାର କରି ଏହି ସୂଚନା ଦେଇଛନ୍ତି । ପାଇଲଟ ଭୂମିକାରେ ଦୀପିକା ନଜର ଆସିଛନ୍ତି । ଖାକି ୟୁନିଫର୍ମ ସହ ବ୍ଲାକ ଚଷମାରେ ଦୀପିକା ଖୁବ ସୁନ୍ଦର ଲାଗୁଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ସ୍କ୍ବାଡ୍ରନ୍ ଲିଡର୍ ମୀନାଲ୍ ରାଠୋର ଭୂମିକାରେ ଅଭିନୟ କରିଛନ୍ତି । ଯାହାଙ୍କ ଡାକନାମ ମିନି ଅଟେ । ସେ ହ୍ରିତିକଙ୍କ ସହ ଏୟାର ଡ୍ରାଗନ୍ ୟୁନିଟରେ ରହିବେ ।

'ଫାଇଟର୍'ରୁ ଦୀପିକାଙ୍କ ପ୍ରଥମ ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଅଭିନେତ୍ରୀଙ୍କ ପ୍ରଶଂସା କରୁଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି, ତାଙ୍କର ଲୁକ୍ ବହୁତ ଭୟଙ୍କର । ଆଉ ଜଣେ ଲେଖିଛନ୍ତି, ଓ ମାଇ ଗଡ, ତାଙ୍କ ଦେଖିବା ଅନ୍ଦାଜ ସାନଦାର ରହିଛି । ଅନ୍ୟ ଜଣେ ଲେଖିଛନ୍ତି ଯେ ମୁଁ ଆସନ୍ତା ମାସରେ ମିନିଙ୍କୁ ଦେଖିବା ପାଇଁ ଅପେକ୍ଷା କରିପାରିବି ନାହିଁ । ଆଉ ଜଣେ ଲେଖିଛନ୍ତି, ୟୁନିଫର୍ମରେ ଦୀପିକା କିଲର ଲାଗୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆସୁଛି ହ୍ରିତିକଙ୍କ ଫାଇଟର ଟିଜର, ଘୋଷଣା ହେଲା ତାରିଖ

'ଫାଇଟର' ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । 250 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ 25 ଜାନୁୟାରୀ 2024ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି। ସୂଚନା ଥାଉ କି, ଚଳିତ ବର୍ଷ ଜାନୁୟାରୀ 25ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନୀଲ କପୁର ନଜର ଆସିବେ । ତେବେ ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details