ଓଡିଶା

odisha

Heeraben Modi Death: ଅଫେରା ରାଇଜରେ ମୋଦିଙ୍କ ମାଆ, ଶୋକରେ ବୁଡିଲା ବଲିଉଡ

By

Published : Dec 30, 2022, 10:32 AM IST

ଆଜି ସକାଳେ 100 ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ପରଲୋକ ଘଟିଛି । ବଲିଉଡର ସେଲିବ୍ରିଟିମାନେ ହୀରାବେନ ମୋଦିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ହୀରାବେନ ମୋଦିଙ୍କ ଦେହାନ୍ତ
ହୀରାବେନ ମୋଦିଙ୍କ ଦେହାନ୍ତ

ମୁମ୍ବାଇ: ଆରପାରିରେ ମୋଦିଙ୍କ ମାଆ (Heeraben Modi Death) । ୧୦୦ ବର୍ଷ ବୟସରେ ଆଜି ଭୋର ପ୍ରାୟ ୩.୩୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ହିରାବେନଙ୍କୁ ଅହମ୍ମଦାବାଦର ୟୁଏନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କୋହଭରା ଶବ୍ଦରେ ମାଆ ହୀରାବେନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୋଦି । ଦେଶର ବଡ ରାଜନେତାଙ୍କ ଠାରୁ ଆରମ୍ଭ କରି ହିନ୍ଦୀ ସିନେମାର ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ହୀରାବେନ ମୋଦିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଛନ୍ତି । ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ କଙ୍ଗନା ରଣାୱତ, ଅକ୍ଷୟ କୁମାର, ବିବେକ ଅଗ୍ନିହୋତ୍ରୀ, ଅନୁପମ ଖେର ଭଳି ଅନେକ ତାରକାଙ୍କ ନାମ ଅନ୍ତର୍ଭୁକ୍ତ ।

କଙ୍ଗନା ରଣାୱତଙ୍କ ପୋଷ୍ଟ

ହୀରାବେନ ମୋଦିଙ୍କ ଦେହାନ୍ତରେ କଙ୍ଗନା ରଣାୱତ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଛନ୍ତି । ଏହି ସମୟରେ କଙ୍ଗନା ତାଙ୍କ ଇନଷ୍ଟା କାହାଣୀରେ ପିଏମ ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କ ଫଟୋ ରଖିଛନ୍ତି । ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, 'ଭଗବାନ ଏହି କଷ୍ଟ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଧୈର୍ଯ୍ୟ ଏବଂ ଶାନ୍ତି ପ୍ରଦାନ କରନ୍ତୁ । ଓମ୍‌ ଶାନ୍ତି ।'

ଏହା ବି ପଢନ୍ତୁ:Heeraben Modi Passes Away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ଦେହାନ୍ତ

ବଲିଉଡ ଅଭିନେତା ଅନୁପମ ଖେରମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ପିଏମ ମୋଦି ତାଙ୍କ ମାଆଙ୍କ ସହ ବସିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ଅନୁପମ ଖେର ଲେଖିଛନ୍ତି, 'ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ! ଆପଣଙ୍କ ମାଆ ହୀରାବେନ ଜୀଙ୍କର ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ ଓ ବିବ୍ରତ ହୋଇଗଲି । ତାଙ୍କ ପ୍ରତି ଆପଣଙ୍କର ଭଲପାଇବା ଏବଂ ସମ୍ମାନ ଏମିତି ରହୁ । ତାଙ୍କ ସ୍ଥାନ ଆପଣଙ୍କ ଜୀବନରେ କେହି ପୂରଣ କରିପାରିବେ ନାହିଁ । କିନ୍ତୁ ଆପଣ ଭାରତ ମାତାର ପୁଅ ଅଟନ୍ତି ! ଦେଶର ପ୍ରତ୍ୟେକ ମାଆର ଆଶୀର୍ବାଦ ଆପଣଙ୍କ ଉପରେ ଅଛି । ମୋର ମାଆର ମଧ୍ୟ! '

ଏହା ବି ପଢନ୍ତୁ:ପରଲୋକରେ ହୀରାବେନ ମୋଦି, ଶୋକବ୍ୟକ୍ତ କଲେ ବିଶିଷ୍ଟ ବ୍ୟକ୍ତି

ବଲିଉଡ ଅଭିନେତାସୋନୁ ସୁଦ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟକୁ ରିଟ୍ବିଟ୍‌ କରି ଲେଖିଛନ୍ତି, 'ସମ୍ମାନିତ ମୋଦି ଜୀ, ମାଆ କୁଆଡେ ଯାଏ ନାହିଁ ବରଂ କିନ୍ତୁ ବେଳେବେଳେ ଭଗବାନଙ୍କ ପାଦତଳେ ଯାଇ ଏଥିପାଇଁ ବସିଯାଏ କାରଣ ତାଙ୍କ ପୁଅ ଅନ୍ୟମାନଙ୍କ ପାଇଁ ଆହୁରି ଭଲ କରିପାରୁ । ମାଆ ସର୍ବଦା ଆପଣଙ୍କ ସହିତ ଥିଲେ ଏବଂ ଆପଣଙ୍କ ସହିତ ରହିବେ ପ୍ରଧାନମନ୍ତ୍ରୀ ଜୀ । ଓମ୍‌ ଶାନ୍ତି। ' ସେହିପରି ଆହୁରି ଅନେକ ବଲିଉଡ ସେଲିବ୍ରିଟି ହୀରାବେନ ମୋଦିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details