ଓଡିଶା

odisha

By

Published : May 6, 2022, 11:12 AM IST

ETV Bharat / entertainment

ବିବାହ ବନ୍ଧନରେ ବାନ୍ଧି ହେଲେ A.R ରେହମାନଙ୍କ ଲାଡଲି

ବିବାହ ବନ୍ଧନରେ ଆବଦ୍ଧ ହେଲେ ଖାତିଜା ରେହମାନ । ସୋସିଆଲ ମିଡିଆ ମାଧ୍ୟମରେ ଏ.ଆର୍ ରେହମାନ ନିଜେ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ବିବାହ ବନ୍ଧନରେ ଆବଦ୍ଧ ହେଲେ ରହମାନଙ୍କ ଝିଅ ଖାତିଜା
ବିବାହ ବନ୍ଧନରେ ଆବଦ୍ଧ ହେଲେ ରହମାନଙ୍କ ଝିଅ ଖାତିଜା

ହାଇଦ୍ରାବାଦ:ବିବାହ ବନ୍ଧନରେ ଆବଦ୍ଧ ହେଲେ ଖାତିଜା ରେହମାନ । ବଲିଉଡ ପ୍ରସିଦ୍ଧ ସଙ୍ଗୀତକାର ତଥା ଓସ୍କାର ବିଜେତା ଏ.ଆର୍‌ ରେହମାନଙ୍କ ଲାଡଲି ଝିଅ ଖାତିଜା ରେହମାନଙ୍କ ଗତକାଲି (ମେ 4)ବିବାହ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆ ମାଧ୍ୟମରେ ଏ.ଆର୍ ରେହମାନ ନିଜେ ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି ସେ କହିଛନ୍ତି ଯେ, ତାଙ୍କ ଝିଅ ରିୟାସଦ୍ଦିନ ଶୈକ ମହମ୍ମଦଙ୍କୁ ସହ ବିବାହ କରିଛନ୍ତି ।

ବିବାହ ବନ୍ଧନରେ ଆବଦ୍ଧ ହେଲେ ରହମାନଙ୍କ ଝିଅ ଖାତିଜା

ଫଟୋରେ କନିଆଁ ଖାତିଜା ଏବଂ ତାଙ୍କ ସ୍ୱାମୀ ସୋଫାରେ ଏକାଠି ବସିଥିବାର ନଜର ଆସିଛନ୍ତି । ଏହି ସମୟରେ, ଆର୍ ରେହମାନ ତାଙ୍କ ଝିଅ ପଛରେ ଠିଆ ହୋଇଛନ୍ତି । ରେହମାନର ଜ୍ବାଇଁ ରିୟାସଦ୍ଦିନ ଅଡିଓ ଇଞ୍ଜିନିୟର ଭାବ କାମ କରୁଥିବା ବେଳେ ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ।

ବିବାହ ବନ୍ଧନରେ ଆବଦ୍ଧ ହେଲେ ରହମାନଙ୍କ ଝିଅ ଖାତିଜା

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ରହମାନ ଲେଖିଛନ୍ତି, 'ଭଗବାନ ଏହି ନୂଆ ଦମ୍ପତିଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସମସ୍ତ ଭଲପାଇବା ଏବଂ ଶୁଭେଚ୍ଛା ପାଇଁ ଅଶେଷ ଧନ୍ୟବାଦ।' ତେବେ ଏହି ପୋଷ୍ଟକୁ ସେୟାର କରିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ, ଦୁଇ ଲକ୍ଷରୁ ଅଧିକ ଲାଇକ୍ ଆସିଛି । ଏଥିସହିତ ଲୋକମାନେ ମନ୍ତବ୍ୟ ଦେଇ ନୂଆ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହା ବି ପଢନ୍ତୁ: ନିର୍ବନ୍ଧ କଲେ ଏ. ଆର ରେହମାନଙ୍କ ଝିଅ

ସୂଚନାଯୋଗ୍ୟ ଯେ, ଉଭୟଙ୍କ ନିର୍ବନ୍ଧ ଗତ ୨୯ ତାରିଖରେ ଏକ ପାରିବାରିକ ସମାରୋହରେ ଶେଷ ହୋଇଥିଲା। ଏ ଆର ରେହମାନ ମଧ୍ୟ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ନିଜ ନିର୍ବନ୍ଧର ଏକ ଫଟୋ ସେୟାର କରି ଖତିଜା ଏକ ଇମୋସନାଲ ନୋଟ ଲେଖିଥିଲେ । ଖତିଜା ଲେଖିଥିଲେ, ଅଲ୍ଲାଙ୍କ କୃପାରୁ ମୁଁ ଆଜି ଏହି ଘୋଷଣା କରି ଖୁବ୍‌ ଖୁସି ଅନୁଭବ କରୁଛି ଯେ, ରିୟାସଦ୍ଦିନ ସାୟିକ ମହମ୍ମଦ ନାମକ ଯୁବକଙ୍କ ସହ ମୋର ନିର୍ବନ୍ଧ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details