ହାଇଦ୍ରାବାଦ:ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ସେମାନଙ୍କ ଅଭିନୀତ ପ୍ରଥମ ମାଇଥୋଲୋଜିକାଲ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର ରିଲିଜ ହୋଇଛି । ଏହାପୂର୍ବରୁ ସମସ୍ତ ଅଭିନେତାଙ୍କ ପୋଷ୍ଟର ରିଲିଜ ହୋଇଥିଲା । ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ଅୟାନ ମୂଖାର୍ଜୀ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମିତ ହୋଇଛି ଫିଲ୍ମ । ଚଳିତ ବର୍ଷ ହିଁ ପରଦାକୁ ଆସିବ ଫିଲ୍ମ ବ୍ରହ୍ମାସ୍ତ୍ର ।
ଫିଲ୍ମ ରିଲିଜ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି । ଟେଲର ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି । ତେବେ ଆସନ୍ତୁ ଜାଣିବା ଫିଲ୍ମର ଟେଲର ଦର୍ଶକଙ୍କ ମନକୁ କେତେ ଛୁଇଁଛି । ବ୍ରହ୍ମାସ୍ତ୍ର ଏକ ମଲ୍ଟି ଷ୍ଟାର ଫିଲ୍ମ । ଯେଉଁଥିଲେ ଆଲିଆ ଭଟ୍ଟ, ରଣବୀର କପୁରଙ୍କ ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୋନି ରଏ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ରଣବୀର ମହାଦେବଙ୍କ ଭୂମିକା ନିଭାଉଥିବାବେଳେ ଆଲିଆ ଇଶାଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ଶିବ ହୋଇ ଦୁନିଆର ରକ୍ଷା କରୁଛନ୍ତି ରଣବୀର ।