ମୁମ୍ବାଇ: ବଲିଉଡ କ୍ୟୁଟ କପଲଙ୍କ ମଧ୍ୟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଯୋଡି ଅନ୍ୟତମ । ଏହି ଯୋଡି ପ୍ରାୟ ଏକାଠି ନଜର ଆସିଥାନ୍ତି । ଏହି ସମୟରେ ଉଭୟ ପରସ୍ପର ପାଇଁ ପ୍ରେମବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରେ ବର୍ତ୍ତମାନ ଏହି ଯୋଡି ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ଉଭୟ ପ୍ୟାପଙ୍କ ସାମ୍ନାରେ ପୋଜ ଦେଉଥିବା ନଜର ଆସିଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଉଭୟ ଚିନ୍ତିତ ଦେଖାଯାଉଥିବା ବେଳେ ଫ୍ୟାନ୍ସ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।
ଉଭୟ ଭ୍ୟାକସେନ ପାଇଁ ଯାଉଥିବା ବେଳେ ବିମାନବନ୍ଦରରେ ସ୍ପଟ ହୋଇଛନ୍ତି । ଜଣେ ପାପାରାଜି ଏହି ଦମ୍ପତିଙ୍କ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଆଲିଆ ଏବଂ ରଣବୀର କାଜୁଆଲ୍ ଲୁକରେ ନଜର ଆସିଛନ୍ତି । ରଣବୀର ଆଲିଆ ସମସ୍ତ ବ୍ଲୁ ଟ୍ରାକ ସୁଟରେ ନଜର ଆସିଛନ୍ତି । ପ୍ୟାପଙ୍କୁ ରଣବୀର ଆଲିଆ ଚିନ୍ତିତ ଥିବା ଭଳି ଦେଖାଯାଉଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, ରଣବୀର ସବୁବେଳେ ଦୁଃଖୀ କାହିଁକି ? ଏଥିସହିତ ଚିନ୍ତା ପ୍ରକଟ କରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଦୁହେଁ ଚିନ୍ତିତ ଦେଖାଯାଉଛନ୍ତି । ଆଉ ଜଣେ ଲେଖିଛନ୍ତି, 'ସେ ବହୁତ ଦୁଃଖୀ ଦେଖାଯାଉଛନ୍ତି । କିଛି ତ ସମସ୍ୟା ହୋଇଛି।'