ଓଡିଶା

odisha

By

Published : Apr 21, 2022, 5:33 PM IST

ETV Bharat / entertainment

Marriage Anniversary: ୧୫ତମ ବିବାହ ବାର୍ଷିକୀରେ ଫଟୋ ସେୟାର କଲେ ଅଭିଷେକ

15ତମ ବିବାହ ବାର୍ଷିକୀରେ ସୁନ୍ଦର ଫଟୋ ସେୟାର କଲେ ଅଭିଷେକ ବଚ୍ଚନ । ଏହି ଫଟୋରେ ମନ୍ତବ୍ୟ ଦେଇ ଅମିତାଭ ବଚ୍ଚନ ଲେଖିଛନ୍ତି- ସବୁଦିନ ପାଇଁ ପ୍ରେମ ଏକାଠି । ଅଧିକ ପଢନ୍ତୁ

15 ତମ ବିବାହ ବାର୍ଷିକୀରେ ସୁନ୍ଦର ଫଟୋ ସେୟାର କଲେ ଅଭିଷେକ ବଚ୍ଚନ
15 ତମ ବିବାହ ବାର୍ଷିକୀରେ ସୁନ୍ଦର ଫଟୋ ସେୟାର କଲେ ଅଭିଷେକ ବଚ୍ଚନ

ହାଇଦ୍ରାବାଦ:ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ବଲିଉଡର ପରଫେକ୍ଟ କପଲ ଭାବେ ବିବେଚନା କରାଯାଏ । ଉଭୟ ନିଜ ସମ୍ପର୍କକୁ ବହୁତ ସୁନ୍ଦର ଭାବରେ ସଜାଇଛନ୍ତି । ଏପ୍ରିଲ 20ରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବିବାହକୁ 15 ବର୍ଷ ପୁରିଛି । ବିବାହର ଏତେ ବର୍ଷ ପରେ ମଧ୍ୟ ପରସ୍ପର ପ୍ରତି ଭଲପାଇବା ଏବଂ ସେମାନଙ୍କ ସମ୍ପର୍କ ଦୃଢ ବୋଲି ମନେହୁଏ । ଉଭୟଙ୍କର ଏକ ଝିଅ ମଧ୍ୟ ଅଛି, ଯାହାର ନାମ ଆରାଧ୍ୟା ବଚ୍ଚନ । ନିକଟରେ ଅଭିଷେକ ବଚ୍ଚନ ତାଙ୍କ 15ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ।

ଅଭିଷେକ ଓ ଐଶ୍ୱର୍ଯ୍ୟା 20 ଏପ୍ରିଲ 2007ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ସେହି ସମୟରେ ସବୁଠାରୁ ଚର୍ଚ୍ଚିତ ଥିଲା । ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବିବାହ ସହ ଜଡିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଲେଡି ଲଭ୍‌ଙ୍କୁ ମୁଦି ପିନ୍ଧାଉଥିବାର ନଜର ଆସିଛନ୍ତି। ଏହି ଫଟୋରେ ନିଜେ ମନ୍ତବ୍ୟ ଦେଇ ଅଭିଷେକ ଇନଫିନିଟି ଏବଂ ହାର୍ଟ ଇମୋଜି ସେୟାର କରିଛନ୍ତି । ଏହି ପୋଷ୍ଟରେ ଐଶ୍ୱର୍ଯ୍ୟା ମଧ୍ୟ ଲବ୍‌, ହାର୍ଟ, ଇନଫିନିଟି ଏବଂ ଷ୍ଟାରର ଇମୋଜି ସେୟାର କରିଛନ୍ତି ।

ଉଭୟଙ୍କ ଏହି ଫଟୋରେ ପିତା ଅମିତାଭ ବଚ୍ଚନଙ୍କ କମେଣ୍ଟ ମଧ୍ୟ ଆସିଛି। ସେ ଲେଖିଛନ୍ତି- 'ସବୁଦିନ ପାଇଁ ପ୍ରେମ ଏକାଠି।' ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସେମାନଙ୍କ ବିବାହରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଐଶ୍ୱର୍ଯ୍ୟା ରାୟ ତାଙ୍କ ବିବାହରେ ଏକ ସୁବର୍ଣ୍ଣ ରଙ୍ଗର କାଞ୍ଜିଂବରମ ଶାଢୀ ପିନ୍ଧିଥିଲେ । ତାଙ୍କ ଶାଢୀରେ ସୁନାର ସୂତାରେ କାମ କରାଯାଇଥିଲା । ଏହି ଶାଢୀର ମୂଲ୍ୟ 75 ଲକ୍ଷ ଟଙ୍କା ବୋଲି କୁହାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details