ଓଡିଶା

odisha

Kangana Vs Karan: କରଣଙ୍କ ପୋଷ୍ଟରେ ଏମିତି ଜବାବ ରଖିଲେ କଙ୍ଗନା

By

Published : Apr 10, 2023, 1:02 PM IST

ପୁଣି ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି କଙ୍ଗନା ରଣାୱତ ଏବଂ କରଣ ଜୋହର । ପୂର୍ବ ଦିନ ଏକ ପୋଷ୍ଟ ମାଧ୍ୟମରେ କରଣ ଜୋହରଙ୍କ ପୋଷ୍ଟକୁ ନେଇ ଜବାବ ରଖିଛନ୍ତି କଙ୍ଗନା । କଣ କହିଛନ୍ତି କଙ୍ଗନା ଜାଣନ୍ତୁ

ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ କଙ୍ଗନା ରାଣାୱତ ଏବଂ କରଣ ଜୋହର
ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ କଙ୍ଗନା ରାଣାୱତ ଏବଂ କରଣ ଜୋହର

ମୁମ୍ବାଇ:ଧୀରେ ଧୀରେ ଖୋଲିବାରେ ଲାଗିଛି ବଲିଉଡ ଇଣ୍ଡଷ୍ଟ୍ରିର ଗୁମର । ଏନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ କ୍ୟାରିଅର ବରବାଦ୍ ଠାରୁ ଆରମ୍ଭ କରି ବଲିଉଡ ରାଜନୀତି ନେଇ ଅନେକ ତାରକା ସମେତ ନିର୍ଦ୍ଦେଶକ ମୁହଁ ଖୋଲିଛନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ବଲିଉଡ କ୍ୟାରିଅରକୁ ନେଇ ଖୁଲାସା କରିଥିବା ବେଳେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ସହିତ ଅନେକ ନିର୍ଦ୍ଦେଶକ ଏବଂ ତାରକାଙ୍କ ରିଆକ୍ସନ ସାମ୍ନାକୁ ଆସିବାରେ ଲାଗିଛି । ଏଥିସହ ଏନେଇ ବଲିଉଡ କୁଇନ କଙ୍ଗନା ରାଣାୱତ ପ୍ରସିଦ୍ଧ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ । ହେଲେ ଏନେଇ କରଣ ଜୋହର କେବେ ପ୍ରତିକ୍ରିୟା ଦେଇନଥିଲେ । ତେବେ ଗତକାଲି ପ୍ରଥମ ଥର କରଣ ଜୋହର ନିଜ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ଏକ ନୋଟ୍ ଷ୍ଟୋରୀ ସେୟାର କରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ‘‘ଯେତେ ଦୋଷ ଲଗାଇ ପାରିବ ଲଗାଅ, ମୁଁ ନଇଁବା ଲୋକ ନୁହେଁ । ସେପଟେ କରଣଙ୍କ ଏହି ପୋଷ୍ଟକୁ ନେଇ ଆଜି ଜବାବ ଦେଇଛନ୍ତି କଙ୍ଗନା ।

କରଣ ଜୋହରଙ୍କ ପୋଷ୍ଟକୁ ନେଇ ଜବାବ ରଖିଛନ୍ତି କଙ୍ଗନା ରାଣାୱତ

ବଲିଉଡ କୁଇନ କଙ୍ଗନା ରାଣାୱତ ଏବଂ କରଣ ଜୋହର ଏବେ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି କରଣ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କବିତା ଲେଖି ପୋଷ୍ଟ କରିଥିଲେ । ସେ ନିଜ କବିତାରେ ଲେଖିଥିଲେ, ‘‘ଯେତେ ଦୋଷ ଲଗାଇ ପାରିବ ଲଗାଅ , ମୁଁ ନଇଁବା ଲୋକ ନୁହେଁ । ଯେତେ ତଳୁଆ ଦେଖାଇବ, ଯେତେ ଆରୋପ ଲଗାଇବ, ମୁଁ ତଳେ ପଡିବା ଲୋକ ନୁହେଁ । ମୋର କାର୍ଯ୍ୟ ହିଁ ମୋର ବିଜୟ ଅଟେ । ଆପଣ ଖଣ୍ଡା ଉଠାନ୍ତୁ କିନ୍ତୁ ମୁଁ ମରିବି ନାହିଁ । କରଣଙ୍କ ଏହି ପୋଷ୍ଟକୁ କଙ୍ଗନା ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରି ରୋକଠୋକ ଜବାବ ଦେଇଛନ୍ତି ।

କଙ୍ଗନା ନିଜ ଇନଷ୍ଟା ଷ୍ଟୋରୀରେ କରଣଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି, 'ଏପରି ଏକ ସମୟ ଥିଲା ଯେତେବେଳେ ଚାଚା ଚୌଧୁରୀ ଜାତୀୟ ଟେଲିଭିଜନରେ ଅଭିଜିତ ନେପୋ ମାଫିଆ ଲୋକଙ୍କ ସହ ମୋତେ ଅପମାନିତ କରୁଥିଲେ ଏବଂ ହଇରାଣ କରୁଥିଲେ । କାରଣ ମୁଁ ଇଂରାଜୀ କହିପାରୁ ନଥିଲି । ତାଙ୍କ ହିନ୍ଦୀ ଦେଖିବା ପରେ ଆଜି ମୁଁ ଭାବିଲି, ବର୍ତ୍ତମାନ କେବଳ ହିନ୍ଦୀରେ ଉନ୍ନତି ହୋଇଛି । ଭବିଷ୍ୟତରେ କଣ ହେବ ଦେଖନ୍ତୁ ।

ସୂଚନା ଥାଉ କି, ବର୍ତ୍ତମାନ ସୋସିଆଲ ମିଡିଆରେ କଙ୍ଗନା ରାଣାୱତଙ୍କ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । କରଣ ଏବଂ କଙ୍ଗନା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦେଖି ଏହି ଯୁଦ୍ଧ ଦୀର୍ଘ ହେବାକୁ ଯାଉଛି । ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସମାନେ କଙ୍ଗନାଙ୍କ ଏହି ଉତ୍ତରରେ କରଣଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details