ଓଡିଶା

odisha

ଟଙ୍କା ଦେଲାନି ସ୍ବାମୀ, ପୁଅକୁ କେନାଲରେ ଫୋପାଡି ଦେଲା ମାଆ

By

Published : Dec 30, 2022, 1:41 PM IST

ପଞ୍ଜାବରେ ଅଭାବନୀୟ ଘଟଣା । ସ୍ବାମୀ ଟଙ୍କା ନଦେବାରୁ ପୁଅକୁ କେନାଲରେ ଫୋପାଡି ଦେଲା ମାଆ । ଅଧିକ ପଢନ୍ତୁ

mother arrested for killed her son in punjab
mother arrested for killed her son in punjab

ଚଣ୍ଡିଗଡ: କୁହାଯାଏ ଗୋଟିଏ ମାଆ ପାଖରେ ତାର ପିଲା ସବୁଦିନ ସୁରକ୍ଷିତ । ସେ ଯେତେ ବାଧା ବିଘ୍ନ ଆସୁନା କାହିଁକି ମାଆ ତାର ପିଲା ଉପରେ କେବେବି ପଡିବାକୁ ଦିଏ ନାହିଁ । କିନ୍ତୁ ପଞ୍ଜାବରେ ଏହାର ଠିକ ଓଲଟା ଘଟଣା ଘଟିଛି । ସ୍ବାମୀ ଟଙ୍କା ନଦେବାରୁ ପିଶାଚିନୀ ପାଲଟିଗଲା ମାଆ । ଫଳରେ ଯେଉଁ ହାତ ତା ପାଇଁ ସୁରକ୍ଷା କବଚ ପାଲଟିଥିଲା ତାହା ପାଲଟିଗଲା ମୃତ୍ୟୁର ମାଧ୍ୟମ । କେନାଲକୁ ନିଜର ୮ ବର୍ଷର ପୁଅକୁ ଫୋପାଡି ଦେଇ ଚମ୍ପଟ ମାରିଲେ ମହିଳା । ସ୍ବାମୀ ଟଙ୍କା ନଦେବାରୁ ମହିଳା ଜଣଙ୍କ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ପଞ୍ଜାବର ଉଚିବାସି କେନାଲରେ(mother arrested for killed her son in Punjab) । ମହିଳା ଜଣଙ୍କୁ ବର୍ତ୍ତମାନ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ମହିଲା ଜଣଙ୍କ ହେଉଛନ୍ତି ରୀନା କୁମାରି ।

ପୋଲିସର ସୂଚନା ଅନୁଯାୟୀ, ରୀନା କୁମାରି ରବିକୁମାରଙ୍କୁ ଗତ ୨୦୧୨ରେ ବିବାହ କରିଥିଲେ । ତାଙ୍କ ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି । ଝିଅଟି ପାଠ ପାଠପଢା ପାଇଁ ମାଲାଦ୍ବୀପରେ ରହୁଥିବା ବେଳେ ସେ ତାଙ୍କ ୮ ବର୍ଷର ପୁଅକୁ ନେଇ ପଞ୍ଜାବରେ ରହୁଥିଲେ । ଗତ ୨୫ ତାରିଖରେ ତାଙ୍କ ସ୍ବାମୀଙ୍କ ସହ ମହିଳାଙ୍କ ବଚସା ହୋଇଥିଲା । ଫୋନରେ କଥା ହେବା ସମୟରେ ସେ ଟଙ୍କା ମାଗିଥିଲେ, ଟଙ୍କା ନଦେଲେ ସେ ପୁଅକୁ କେନାଲରେ ଫୋପାଡି ଦେବାକୁ ଧମକ ଦେଇଥିଲେ । ଶେଷରେ ଗତକାଲି ମହିଳା ଜଣଙ୍କ ନିଜ ପୁଅକୁ କେନାଲକୁ ଫିଙ୍ଗି ଦେଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ, ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି

ଗତ ବୁଧବାର ଦିନ ରୀନା ତାଙ୍କଲ ପୁଅକୁ ନେଇ ବସି କେନାଲ ପଟକୁ ଯାଉଥିବା ଦେଖିବାକୁ ପାଇଥିଲେ ତାଙ୍କ ଦିଅର । ଏନେଇ ସେ ତାଙ୍କ ବାପାଙ୍କୁ କହିବା ପରେ ଉଭୟ ମିଶି ରୀନା ଓ ତାଙ୍କ ପୁଅକୁ ଖୋଜା ଖୋଜି କରିଥିଲେ । ଏହାପରେ ସେ ରୀନା ତାଙ୍କ ପୁଅଙ୍କ ସହ କେନାଲ ଉପରେ ବସିଥିବା ଦେଖିବାକୁ ପାଇଥିଲେ ତାଙ୍କ ଦିଅର । ସେଠାରେ ପହଞ୍ଚିବା ସମୟରେ ରୀନା ସଙ୍ଗେ ସଙ୍ଗେ ତାଙ୍କ ପୁଅକୁ କେନାଲକୁ ଠେଲିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।

ABOUT THE AUTHOR

...view details