ଓଡିଶା

odisha

କେନାଲରୁ ଡେଇଁ ମହିଳା ନିଖୋଜ, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

By

Published : Sep 5, 2022, 10:39 AM IST

ବୁର୍ଲା ସହରର ଜଣେ ମହିଳା କେନାଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ନିଖୋଜ ହୋଇଯାଇଥିବା ନେଇ ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛି । ଅଧିକ ପଢନ୍ତୁ

କେନାଲରୁ ଡେଇଁ ମହିଳା ନିଖୋଜ, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି
କେନାଲରୁ ଡେଇଁ ମହିଳା ନିଖୋଜ, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ସମ୍ବଲପୁର:ବୁର୍ଲା ସହରର ଜଣେ ମହିଳା କେନାଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛି ।

କେନାଲରୁ ଡେଇଁ ମହିଳା ନିଖୋଜ, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁର୍ଲା ସହର ଗାନ୍ଧୀପଡ଼ାର ରିତେଶ ସୁନାଙ୍କ ପତ୍ନୀ ରିଙ୍କି ସୁନା (୨୧) । ଗତ ରବିବାର ରାତିରେ କୌଣସି କାରଣରୁ ବୁର୍ଲା ଥାନାରୁ କିଛି ମିଟର ଦୂରରେ ଥିବା କେନାଲ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଫଳରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ହେଲେ ବିଳମ୍ବିତ ରାତି ହୋଇଥିବାରୁ ଅଗ୍ନିଶମ ବାହିନୀ ବିଷ୍ଣୁ ମନ୍ଦିର ପଡ଼ାଘାଟ ପାଖରେ କିଛି ଦୂର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲା । କିନ୍ତୁ ମହିଳାଙ୍କର କୌଣସି ଖୋଜ ଖବର ନ ପାଇବାରୁ ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଅଗ୍ନିଶ୍ନମ ବାହିନୀ ।

ଏହାବି ପଢନ୍ତୁ:ଆତ୍ମହତ୍ୟା ରୋକିବାକୁ ପ୍ରଚେଷ୍ଟା, ବିଶେଷଜ୍ଞ ସହ ପୋଲିସ କରୁଛି ସମୀକ୍ଷା

ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢାଉଛି ଆତ୍ମହତ୍ୟା ଜନିତ ଘଟଣା । ପ୍ରତିଦିନ ୪ ରୁ ୫ ଜଣ ଆତ୍ମହତ୍ୟା କରୁଥିବାବେଳେ ଏହାକୁ ରୋକିବା ପାଇଁ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛି ପୋଲିସ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସହଯୋଗ କରୁଥିବା ମାନସିକ ବିଶେଷଜ୍ଞ ସୌମିତ୍ର ଆଥାରେଙ୍କ ସହ ଏନେଇ ଆଲୋଚନା କରିଛନ୍ତି କମିସନରେଟ ପୋଲିସ । ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଆତ୍ମହତ୍ୟା ଜନିତ ମୃତ୍ୟୁ । ସାଧାରଣ ଲୋକଠୁ ଆରମ୍ଭ କରି ଅଭିନେତା,ଏପରିକି ଛାତ୍ରଠୁ ଆରମ୍ଭ କରି ବିଚାରପତି ମଧ୍ୟ ଏହାର ଶିକାର ହେଉଛନ୍ତି । ଅତ୍ୟଧିକ ମାନସିକ ଚାପ ଯୋଗୁଁ ଏଭଳି ରାସ୍ତା ଆପଣାଉଛନ୍ତି ଲୋକେ । ବିଶେଷ ଭାବରେ ଯୁବପିଢି ଏହାର ଶିକାର ହେଉଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details