ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ବୁଧବାର ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି ।
ଗୁରୁଣ୍ଡିଆ ଥାନାର କୁଣ୍ଡେଇ ଡିହା ଅଞ୍ଚଳରେ ଏକ ମୋଟର ସାଇକେଲରେ ତେଲ ନେବାକୁ ଆସିଥିବା ବେଳେ ରାସ୍ତା କଡରେ ଏକ ପିଲରରେ ବାଇକ ପିଟି ହେବାରୁ ଘଟଣାସ୍ଥଳେ କାର୍ତିକ ଓଢାଙ୍କର ମୃତ ହୋଇଛି । ସେପଟେ ଗୋବିନ୍ଦ ନାୟକ, ପୁନେଇ ଓରାମ୍ ଗୁରୁତର ଭାବେ ଆହତ ହୋଇ ରାଉରକେଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।