ରାଉରକେଲା: ପଶ୍ଚିମବଙ୍ଗରେ ରୋଗୀଙ୍କ ପରିବାର ଡାକ୍ତରକୁ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଡାକ୍ତରକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇ ଥିବାରୁ ଡାକ୍ତର ମାନେ ଦେଶବ୍ୟାପୀ ପ୍ରତିବାଦ କରିବା ସହିତ ସୁରକ୍ଷା ଦାବି କରିଥିଲେ ।
ଏନେଇ ରାଉରକେଲା ଆଇଜିଏଚରେ ଅଭିନବ ଭାବରେ ପିଜି ଡାକ୍ତର ମାନେ ମଧ୍ୟ ପ୍ରତିବାଦ କରିଥିଲେ । ଡାକ୍ତର ମାନେ ବହୁତ ସଂଖ୍ୟାରେ ଏକତ୍ରିତ ହେବା ସମୟରେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରିଥିଲେ। ସେମାନଙ୍କ କହିବାର ଥିଲା ଯେ ଡାକ୍ତର ମାନେ ତାଙ୍କ ସ୍ତରରେ ରୋଗୀକୁ ଭଲ ଚିକିତ୍ସା ଦେବା ପାଇଁ ପ୍ରୟାସ କରନ୍ତି । କିନ୍ତୁ ବହୁ ପ୍ରୟାସ ସତ୍ତ୍ୱେ ଅଧିକାଂଶ ପ୍ରାଣ ହରାଇଥାନ୍ତି । ତା’ ପାଇଁ ଡାକ୍ତରକୁ ଦାୟୀ କରିବା ଉଚିତ ନୁହେଁ ନଚେତ ଆଗକୁ ମାଡ଼ ଭୟରେ ଡାକ୍ତର ମାନେ ରୋଗୀକୁ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଇବାକୁ କହିବେ ।