ଓଡିଶା

odisha

By

Published : Mar 1, 2022, 1:25 PM IST

ETV Bharat / city

ଲୋକନାଥଙ୍କ ପୀଠରେ ଶ୍ରୀମନ୍ଦିର ସେବାୟତଙ୍କୁ ଅବହେଳା !

ଲୋକନାଥ ମନ୍ଦିରରେ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନର ଅବହେଳା । ଅସନ୍ତୋଷ ପରେ ସମାଧାନ କଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ଲୋକନାଥଙ୍କ ପୀଠରେ ଶ୍ରୀମନ୍ଦିର ସେବାୟତଙ୍କ ପ୍ରତି ଅବହେଳା,  ଆଲୋଚନା ପରେ ସମାଧାନ କଲେ ଉପଜିଲ୍ଲାପାଳ
ଲୋକନାଥଙ୍କ ପୀଠରେ ଶ୍ରୀମନ୍ଦିର ସେବାୟତଙ୍କ ପ୍ରତି ଅବହେଳା, ଆଲୋଚନା ପରେ ସମାଧାନ କଲେ ଉପଜିଲ୍ଲାପାଳ

ପୁରୀ: ଲୋକନାଥ ମନ୍ଦିରରେ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନର ଅବହେଳା । ଏପରି ଅଭିଯୋଗ ଆଣି ଆଜି ଶ୍ରୀମନ୍ଦିର ସେବାୟତଙ୍କର ଏକ କମିଟି ଲୋକନାଥ ମନ୍ଦିର ଆସି ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଘଟଣାର ସମାଧାନ ହୋଇଛି। ଫଳରେ ସେବାୟତ ମହଲରେ ସୃଷ୍ଟି ହୋଇଥିବା ଅସନ୍ତୋଷ ପ୍ରଶମିତ ହୋଇଛି।

ଲୋକନାଥଙ୍କ ପୀଠରେ ଶ୍ରୀମନ୍ଦିର ସେବାୟତଙ୍କ ପ୍ରତି ଅବହେଳା, ଆଲୋଚନା ପରେ ସମାଧାନ କଲେ ଉପଜିଲ୍ଲାପାଳ

ସୂଚନା ଅନୁଯାୟୀ ଫେବୃଆରୀ ୨୭ ତାରିଖ ଦିନ ପଙ୍କୋଦ୍ଧାର ଏକାଦଶୀ ଅବସରରେ ପୁରୀ ଲୋକନାଥ ପୀଠରେ ଦର୍ଶନରେ ଅବ୍ୟବସ୍ଥା ହୋଇଥିବା ଶ୍ରୀମନ୍ଦିର ସେବାୟତ ଅଭିଯୋଗ କରିଥିଲେ । ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ ପାଇଁ ଆସିଥିବା ବେଳେ ସାଧାରଣ ଭକ୍ତଙ୍କ ଧାଡିରେ ଆସିବା ପାଇଁ ତାଙ୍କୁ ଲୋକନାଥ ମନ୍ଦିର ସେବାୟତ ମାନେ କହିଥିଲେ। ଯାହାକୁ ନେଇ ଉଭୟ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା।

ଏହି ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର ସେବାୟତଙ୍କର ଏକ କମିଟି ଲୋକନାଥ ମନ୍ଦିର ଆସି ଉପଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ। ପଙ୍କୋଦ୍ଧାର ଏକାଦଶୀ ଦିନ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ଦର୍ଶନ ପାଇଁ ସଠିକ ଭାବେ ଛଡାଯାଇନଥିଲା। ଲୋକନାଥଙ୍କ ସେବାୟତ ଓ ଶ୍ରୀମନ୍ଦିର ସେବାୟତଙ୍କ ଭିତରେ ପ୍ରଶାସନ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ବରିଷ୍ଠ ସେବାୟତମାନେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ଉପଜିଲ୍ଲାପାଳ ଖଣ୍ଡନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନ ହୋଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details