ଓଡିଶା

odisha

By

Published : Jan 1, 2022, 2:08 PM IST

ETV Bharat / city

ନୂଆବର୍ଷରେ ପୁରୀ SPଙ୍କ ନୂଆନୀତି, ସାବାଡ ହେବେ ନିଶାଖୋର

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିଶା କାରବାରରେ ଅଙ୍କୁଶ ଲଗାଇବା ନେଇ 2022ରେ ପୁରୀ ପୋଲିସର ମୁଖ୍ୟ ଲକ୍ଷ୍ୟ ହେବ । ନୂତନ ବର୍ଷର ଅଭିନନ୍ଦନ ଜଣାଇ କହିଲେ ପୁରୀ ଏସପି । ଅଧିକ ପଢନ୍ତୁ

ନିଶା କାରବାରରେ ରୋକ୍ ଲାଗାଇବା ୨୦୨୨ରେ ଲକ୍ଷ୍ୟ ହେବ: ପୁରୀ SP
ନିଶା କାରବାରରେ ରୋକ୍ ଲାଗାଇବା ୨୦୨୨ରେ ଲକ୍ଷ୍ୟ ହେବ: ପୁରୀ SP

ପୁରୀ:ଆଜି ଇଂରାଜୀ ନବବର୍ଷ । ନୂତନ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୁରୀ ଏସପି କେ ବିଶାଳ ସିଂ । ଚଳିତ ବର୍ଷ ପୁରୀବାସୀଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ସେ କରିଛନ୍ତି । ଗତକାଲି(ଶୁକ୍ରବାର) ଜିରୋନାଇଟ ସେଲିବ୍ରେସନ ଉପରେ ଜାରି କଟକଣାକୁ ସମସ୍ତ ହୋଟେଲ ମାଲିକ, ପର୍ଯ୍ୟଟକ ମାନି ଥିବାରୁ ଏସପି ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିଶା କାରବାରରେ ଅଙ୍କୁଶ ଲଗାଇବା 2022ରେ ପୁରୀ ପୋଲିସର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ପ୍ରକାଶ କରିଛନ୍ତି ଏସପି ।

ନିଶା କାରବାରରେ ରୋକ୍ ଲାଗାଇବା ୨୦୨୨ରେ ଲକ୍ଷ୍ୟ ହେବ: ପୁରୀ SP

ନୂଆବର୍ଷରେ ଜିରୋନାଇଟ ସେଲିବ୍ରେସନ ପାଇଁ ଜାରି କଟକଣାକୁ ପ୍ରାୟ ସମସ୍ତ ହୋଟେଲ ମାଲିକ ଅନୁପାଳନ କରିଥିଲେ । ହେଲେ କେବଳ ଗୋଟିଏ ହୋଟେଲରେ କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ୨୦ ହଜାର ଟଙ୍କା ଫାଇନ କଟାଯାଇଛି । ଏଥିସହ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ମେଡିକାଲ ଛକରେ ଥିବା ବିଶାଳ ମେଗା ମାର୍ଟକୁ ପୋଲିସ ସିଲ୍ କରିଛି । ସେହିପରି ନିୟମ ଖିଲାପ କରିଥିବା କିଛି ଅମାନିଆଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁରୀ ପୋଲିସ ।

କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ନୂଆବର୍ଷ ଅବସରରେ ୩ ଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଆସନ୍ତା ୩ ତାରିଖରେ ଶ୍ରୀମନ୍ଦିର ଖୋଲୁଥିବାରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି । ଶ୍ରୀମନ୍ଦିର ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଦର୍ଶନକୁ ଶୃଙ୍ଖଳିତ କରାଯିବ ବୋଲି ଏପସି କହିଛନ୍ତି । ସେହିପରି 2022 ରେ ମୁଖ୍ୟତଃ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା ସମେତ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ଉପରେ ପୋଲିସର ଫୋକୋସ୍ ରହିବ । ପୂର୍ବଭଳି ନିଶା କାରବାର ଓ ଏହି ବ୍ୟବସାୟୀଙ୍କ ଉପରେ ଜିରୋ ଟଲେରାନ୍ସ ନୀତି ବଳବତ୍ତର ରହିବ ବୋଲି କେ ବିଶାଳ ସିଂ ଜଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details