ଓଡିଶା

odisha

By

Published : Feb 2, 2022, 1:18 PM IST

Updated : Feb 2, 2022, 1:34 PM IST

ETV Bharat / city

ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, କାଲି ସକାଳୁ ଦର୍ଶନ ପାଇବେ ଭକ୍ତ

ମହାପ୍ରଭୁଙ୍କ ପଦ୍ମବେଶ ନେଇ ଚଳଚଞ୍ଚଳ ଶ୍ରୀମନ୍ଦିର । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ।

ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, କାଲି ସକାଳୁ ଦର୍ଶନ ପାଇବେ ଭକ୍ତ
ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, କାଲି ସକାଳୁ ଦର୍ଶନ ପାଇବେ ଭକ୍ତ

ପୁରୀ:ମହାପ୍ରଭୁଙ୍କ ପଦ୍ମବେଶ ନେଇ ଚଳଚଞ୍ଚଳ ଶ୍ରୀମନ୍ଦିର । ଗୁରୁବାର ସକାଳେ ମଣିମାଙ୍କୁ ପଦ୍ମବେଶରେ ଦର୍ଶନ କରିବେ ଭକ୍ତ । ଆଜି(ବୁଧବାର) ରାତିରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ସୋଲ, ଜରି, କଇଁଥ ଅଠାରେ ପ୍ରସ୍ତୁତ ସ୍ୱତନ୍ତ୍ର ପଦ୍ମବେଶରେ ସୁସଜ୍ଜିତ ହେବେ କୋଟି ଓଡିଆଙ୍କ ଆରାଧ୍ୟ ଜଗନ୍ନାଥ । ବଡ଼ସିଂହାର ବେଶ ପରେ ପଦ୍ମବେଶରେ ପହୁଡ଼ ଯିବେ ଶ୍ରୀଜିଉ । ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ହୋଇଛି ।

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ, ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀବିଗ୍ରହମାନଙ୍କୁ ଏହି ବେଶ କରାଯାଇଥାଏ । ଶ୍ରୀବିଗ୍ରହମାନେ ପ୍ରତ୍ୟେକ ଦିନ ରାତିରେ ବଡ ସିଂହାର ବେଶରେ ପହୁଡ ଯାଇଥାନ୍ତି । ମାତ୍ର ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଇଛନ୍ତି । ପଦ୍ମ ବେଶ ପଛରେ ଏକ କିମ୍ବଦନ୍ତୀ ରହିଛି ।

ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ଏକଦା ମନୋହର ଦାସ ନାମକ ଜଣେ ଭକ୍ତ ତଥା ସାଧୁ ପୁରୀକୁ ଆସୁଥିବା ବେଳେ ଏକ ପୋଖରୀରୁ କିଛି ପଦ୍ମ ଫୁଲ ମହାପ୍ରଭୁଙ୍କୁ ଲାଗି ଆଣିଥିଲେ । ମାତ୍ର ଶ୍ରୀକ୍ଷେତ୍ର ପହଞ୍ଚିବା ପରେ ପଦ୍ମ ଫୁଲଟି ଶୁଖି ଯାଇଥିଲା । ଯାହାଫଳରେ ଶୁଖିଲା ଫୁଲକୁ ସେବକମାନେ ଗ୍ରହଣ କରିନଥିଲେ । ତେବେ ସେହିଦିନ ରାତିରେ ମହାପ୍ରଭୁ ଗଜପତି ମହାରାଜଙ୍କୁ ସ୍ୱପ୍ନାଦେଶ କରି ଉକ୍ତ ଫୁଲକୁ ଲାଗି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ସାଧୁ ଆଣିଥିବା ପଦ୍ମ ଫୁଲରେ ମହାପ୍ରଭୁଙ୍କ ବେଶ ହୋଇଥିଲା ।

ଏହି ସ୍ମୃତିରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଆସୁଛି । ସମସ୍ତ ବେଶରେ ମହାପ୍ରଭୁଙ୍କ ବେଶ ଓ ଲାଗିର ବ୍ୟବସ୍ଥା ଥିବା ବେଳେ କେବଳ ପଦ୍ମବେଶରେ ମହାପ୍ରଭୁ ପହୁଡ ଯାଇଥାନ୍ତି । ତେଣୁ ପରଦିନ ସକାଳେ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 2, 2022, 1:34 PM IST

ABOUT THE AUTHOR

...view details